ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଓଡିଶା ଶିକ୍ଷା ସେବା (ଓଇଏସ ) ପରୀକ୍ଷାରେ ସଫଳତା ପାଇଥିବା ୨ ଜଣ ଆଦିବାସୀ ଶିକ୍ଷୟତ୍ରୀଙ୍କୁ ଶୁକ୍ରବାର ସଇଁତଲା ବ୍ଲକ ଅଫିସର କର୍ମଚାରି ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି l ଏହି ସମ୍ବର୍ଦ୍ଧନା ସଭାରେ ସଇଁତଲା ବିଡିଓ ଚନ୍ଦ୍ରମଣି ନାଗ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ଭୋଇ ଅତିଥି ଭାବରେ ଯୋଗଦାନ କରିଥିଲେ l ଏହି ଅବସରରେ ସଇଁତଲା ବ୍ଲକ ବୁଡ଼ାବାହାଲ ପଞ୍ଚାୟତ ରେମୁଣ୍ଡା, ଖଲିଆପାଲି ଗ୍ରାମର ମମତା ମହାଡିକ ସେ ବଲାଙ୍ଗୀର ପଥରଚେପା ସ୍ଥିତ ଓଏଭି ସ୍କୁଲରେ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟରତ ଥିବା ବେଳେ ସେ ବର୍ତମାନ ଓଡିଶା ଶିକ୍ଷା ସେବା (ଓଇଏସ) ପରୀକ୍ଷାରେ ୧୧୨ ରେଙ୍କ ରଖି ଉତୀର୍ଣ୍ଣ ହୋଇଛନ୍ତି l ସେହିପରି ଗୁଡଭେଲା ବ୍ଲକ ଦେଉଳଗୁଡ଼ି ପଞ୍ଚାୟତ ମଧୁପୁର ଗ୍ରାମର ପ୍ରଧାନ ଶିକ୍ଷକ ଭକ୍ତରଞ୍ଜନ ଭୋଇଙ୍କ ଝିଅ ନମିତାରାଣୀ ଭୋଇ ସଇଁତଲା ବ୍ଲକ କନ୍ଧକେଲଗାଁ ବାପୁଜୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷୟତ୍ରୀ ଭାବରେ କାଯ୍ୟ କରୁଛନ୍ତି l ବର୍ତମାନ ସେ ମଧ୍ୟ ଓଇଏସ ପରୀକ୍ଷାରେ ରାଜ୍ୟରେ ୧୪୪ ରେଙ୍କ ରଖି ଉତୀର୍ଣ୍ଣ ହୋଇଛନ୍ତି l ତେଣୁ ଉଭୟଙ୍କୁ ସଇଁତଲା ବ୍ଲକ ଅଫିର ଆଦିବାସୀ କାଯ୍ୟରତ କର୍ମଚାରୀ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି l ଏହି ସମୟରେ ବ୍ଲକ ସେକ୍ସନ ଅଫିସର ଗଣେଶ ରାମ ବେହେରା, ଆକାଉଣ୍ଟ ଅଫିସର ଲଛମନ ମାଝୀ, ରାଜସ୍ବ ସହାୟକ ତରୁଣକର ଧରୁଆ, ବିଷ୍ନୁପ୍ରିୟା ମାଝୀ, ଚତୁର୍ଥ ଶ୍ରେଣୀ କର୍ମଚାରୀ ନେହେରୁ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l