ଗୁପ୍ତେଶ୍ୱର ଉନ୍ନୟନ କମିଟିର ବୈଠକ ଓ କର୍ମକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଚିଲିକାର ଅଭ୍ୟନ୍ତରରେ ଥିବା ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ଉନ୍ନୟନ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l କେଶପୁର ପଂଚାୟତ ସରପଞ୍ଚ ବିଚିତ୍ର ଜାଲିଙ୍କ ସଭାପତିତ୍ୱରେ ଏକ ବୈଠକ ବସି ଗୁପ୍ତେଶ୍ୱର ଉନ୍ନୟନ କମିଟିର ନୂତନ କର୍ମକର୍ତା ମନୋନୟନ କରାଯାଇଥିଲା l କମିଟିର ସଭାପତି ଭିକାରି ନନ୍ଦଙ୍କ ବିୟୋଗରେ ଅସ୍ଥାୟୀ ସଭାପତି କୀର୍ତନ ପଳାଇଙ୍କୁ ସଭାପତି ଓ କେଶବ ଜାଲିଙ୍କୁ ଉପସଭାପତି ଓ ଦୟାନିଧି ମହାରଣାଙ୍କୁ ସମ୍ପାଦକ ଭାବେ ମନୋନୀତ କରାଯାଇଥିଲା l ବୈଠକରେ ଆଗାମୀ ନଭେମ୍ବର ମାସ ସୁଦ୍ଧା ମନ୍ଦିର ର ନିର୍ମାଣ କାର୍ଯ୍ୟ ସାରିବା ସାଙ୍ଗକୁ ଆବଶ୍ୟକ ଅନୁଦାନ ସଂଗ୍ରହ କରିବା ପାଇଁ ନିଷ୍ପତି ନିଆଯାଇଥିଲା l ଉକ୍ତ ବୈଠକରେ ଚିଲିକା କ୍ଲବର ବିଜୟ କୁମାର ଜାଲି, ନାଗେଶ୍ୱର ବାରିକ, ଭ ବି ପଟ୍ଟନାୟକ ସମେତ ପୂର୍ବତନ ସମିତି ସଭ୍ୟ ବାବୁଲା ପରିଡା, ରମେଶ ପରିଡା, ମିଟୁ ପରିଡା, ଜିଲ୍ଲା ପରିଷଦ ସଭ୍ୟ ବିନାୟକ ଜାଲି, ସମିତି ସଭ୍ୟ ଉଲ୍ଲାସ ପରିଡା, ଶିକ୍ଷକ କୃଷ୍ଣ ପରିଡା ପ୍ରମୁଖ ଉପସ୍ଥିତ ରହ ପ୍ରସିଦ୍ଧ ଶୈବ ପୀଠ ରାସ୍ତା ଘାଟ, ଆଲୋକୀକରଣ ଓ ଶିଶୁ ଉଦ୍ୟାନ ସମେତ ମନ୍ଦିର ପରିସରରେ ଚାଲିଥିବା କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ଆଲୋଚନା ହୋଇଥିଲା l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.