ଗୁଣାତ୍ମକ ପ୍ରାଥମିକ ଶିକ୍ଷା ଓ ଭାଷାଗତ ଦକ୍ଷତା ବୃଦ୍ଧି ସମ୍ପର୍କିତ ଶୈକ୍ଷିକ ଆଲୋଚନାଚକ୍ର

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ଆଞ୍ଚଳିକ ଆଗ୍ରହୀ ବୁଦ୍ଧିଜୀବୀମାନଙ୍କ ଅନୁକୂଲ୍ୟରେ ଖଲ୍ଲିକୋଟ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା ଓ ଭାଷାଗତ ଦକ୍ଷତା ବୃଦ୍ଧି ସମ୍ପର୍କିତ ଶୈକ୍ଷିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l ପ୍ରଯୋଜକ ଭୀମସେନ ଦାସଙ୍କ ତତ୍ୱାବଧାନରେ ବରିଷ୍ଠ ଶିକ୍ଷାବିତ ପୂର୍ଣ୍ଣଚନ୍ଦ୍ର ରଥ ସଭାପତିତ୍ୱ କରି ଆଲୋଚନା ଆରମ୍ଭ କରିଥିବା ବେଳେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ୧ ନମ୍ବର କାଉନସିଲର ପ୍ରଦୀପ କୁମାର ପଟ୍ଟନାୟକ, ଅବସରପ୍ରାପ୍ତ ସାମରିକ ଅଧିକାରୀ ରତ୍ନାକର ଦାଶ, ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ ଚନ୍ଦ୍ର ଶେଖର ପଟ୍ଟନାୟକ, ଅବସରପ୍ରାପ୍ତ ଶିକ୍ଷକ ପୁର୍ଣ୍ଣଚନ୍ଦ୍ର ବେହେରା, ବିଦ୍ୟାମନ୍ଦିରର ସମ୍ପାଦକ ସନ୍ତୋଷ କୁମାର ମହାପାତ୍ର, ପ୍ରଧାନ ଗୁରୁଜୀ ଚକ୍ରପାଣି ସାହୁ, ଅବସାରପ୍ରପ୍ତ କ୍ରୀଡା ଶିକ୍ଷକ ବିପିନ ବିହାରୀ ସାମନ୍ତ ପ୍ରମୁଖ ଆଲୋଚକ ଭାବେ ଯୋଗ ଦେଇ ପ୍ରାଥମିକ ଶିକ୍ଷାରେ ଗୁଣାତ୍ମକ ମାନ ଓ ଭାଷାଗତ ଦକ୍ଷତା ବୃଦ୍ଧି ପାଇଁ ଉଭୟ ଶିକ୍ଷକ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ନିଷ୍ଠାପର ତଥା ଆନ୍ତରିକ ଉଦ୍ୟମ ସାଙ୍ଗକୁ ଶିକ୍ଷାପକରଣ ଓ ବିଦ୍ୟାଳୟ ଭିତିଭୂମିର ଆବଶ୍ୟକତା ରହିଛି l ତେଣୁ ଏ ଦିଗରେ ସମସ୍ତଙ୍କ ଉଦ୍ୟମ ଜରୁରୀ ହୋଇପଡିଛି ବୋଲି ମତ ପ୍ରକାଶ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.