ଭଡ଼ା ଘରୁ ଏଫସିଆଇ ଶ୍ରମିକଙ୍କ ମୃତ ଦେହ ଠାବ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନଏସି ୱାର୍ଡ ନଂ ୯ ପାଢ଼ୀ କଲୋନୀର ଏକ ଭଡା ଘରୁ ଜଣେ ଏଫସିଆଇ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଶ୍ରମିକ ଜଣକ ଡି. ଆଦୀ ନାରାୟଣ (୫୦) ଓ ତାଙ୍କ ଘର ଯାଜପୁର ବୋଲି ଜଣାପଡିଛି । ସେ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ ବୋଲି ତାଙ୍କ ନିକଟ ସମ୍ପର୍କୀୟଙ୍କ ଠାରୁ ଶୁଣିବାକୁ ମିଳୁଛି । ସେ ୧୫ ଦିନ ତଳେ ଜଟଣୀ ଏଫସିଆଇରୁ ବଦଳି ହୋଇ କେସିଙ୍ଗା ଏଫସିଆଇକୁ ଆସିଥିଲେ । ତାଙ୍କ ସମ୍ପର୍କୀୟମାନେ ଟିଟଲାଗଡରେ ରହୁଥିବାରୁ ଘଟଣା ସମ୍ପର୍କରେ ଶୁଣିବା ପରେ କେସିଙ୍ଗା ଆସି ଭଡ଼ା ଘରୁ ମୃତ ଦେହକୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ନେଇ ଯାଇଥିଲେ । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.