ବାହାନଗା ରେଳ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ କାନାଡା ପ୍ରଧାନମନ୍ତ୍ରୀ ଓ ତାଇୱାନ ରାଷ୍ଟ୍ରପତି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣା କେବଳ ଆମ ରାଜ୍ୟ ବା ଦେଶକୁ ନୁହେଁ ପଡୋଶୀ ଦେଶକୁ ମଧ୍ୟ ସ୍ତବ୍ଧ କରି ଦେଇଛି I ଏହି ଭୟଙ୍କର ରେଳ ଦୁର୍ଘଟଣାରେ ବ୍ୟଥିତ ହୋଇଛନ୍ତି କାନଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡ୍ୟୁ I ତାଙ୍କ ସହିତ ତାଇୱାନ୍‌ର ‌ରାଷ୍ଟ୍ରପତି ସିଆ ଇଙ୍ଗ୍‌-ୱେନଆଜି ଏହି ଖବର ଶୁଣି ଟ୍ୱିଟ କରି ଶୋକବ୍ୟକ୍ତ କରିଛନ୍ତି।

Omkar Vasthu
Omkar Vasthu

ଟ୍ୱିଟ୍ କରି କାନଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡ୍ୟୁ ଲେଖିଛନ୍ତି: ଭାରତର ଓଡ଼ିଶାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାର ଫଟୋ ଓ ରିପୋର୍ଟ ମତେ ବ୍ୟଥିତ କରିଛି। ପ୍ରିୟତମମାନଙ୍କୁ ହରାଇଥିବା ବ୍ୟକ୍ତିମାନଙ୍କ ପ୍ରତି ମୋର ଅନ୍ତରତମ ସମବେଦନା। ଆହତମାନଙ୍କ କଥା ବି ମୁଁ ଚିନ୍ତା କରୁଛି। ଏହି ଅସୁବିଧା ସମୟରେ କାନଡାବାସୀ ଭାରତବାସୀଙ୍କୁ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି। ଟ୍ୱିଟ୍ କରି ନେପାଳ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ଲେଖିଛି: ଆଜି ଓଡ଼ିଶାରେ ଟ୍ରେନ୍‌ ଦୁର୍ଘଟଣାଜନିତ ବହୁଯାତ୍ରୀଙ୍କ ଜୀବନହାନି ଯୋଗୁଁ ମୁଁ ମର୍ମାହତ। ଏହି ଦୁଃଖଦାୟକ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସରକାର ଓ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା।

Pearl dental clinic
Near Ashish Medical Store, Bhawanipatna

ସେହିପରି, ଶୋକବ୍ୟକ୍ତ କରି ତାଇୱାନ୍‌ର ରାଷ୍ଟ୍ରପତି ସିଆ ଇଙ୍ଗ୍‌-ୱେନ୍‌ ଟୁଇଟ୍‌ ‌କରି ଲେଖିଛନ୍ତି: ଭାରତରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାରେ ପ୍ରଭାବିତ ହୋଇଥିବା ସମସ୍ତଙ୍କ ପାଇଁ ପ୍ରାର୍ଥନା କରୁଛି। ମୃତବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା। ଆଶା କରୁଛି ଉଦ୍ଧାର ଅଭିଯାନ ସମସ୍ତଙ୍କର ଆବଶ୍ୟକତା ପୂରଣ କରିବ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.