ସାପ୍ତାହିକ ଖବର କାଗଜ “ଖୋଲାଫର୍ଦ୍ଦ”ର ପାଠକ ଉତ୍ସବ ଓ ରାୟଗଡା ଗୌରବ ସମ୍ମାନ କାର୍ଯ୍ୟକ୍ରମ

ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ ହେଲେ ସାମ୍ବାଦିକ ଶିବ ନାରାୟଣ ଗଉଡ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ସାପ୍ତାହିକ ଖବର କାଗଜ ଖୋଲାଫର୍ଦ୍ଦର ୩୨ତମ ବର୍ଷପୂର୍ତି ପାଳନ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ରାୟଗଡ ସହରସ୍ଥିତ ତେଜସ୍ୱୀ ଇଣ୍ଟରନ୍ୟାସନାଲ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ମୁଖ୍ୟବକ୍ତା ଭାବେ ଉପ ଜିଲ୍ଲାପାଳ ଭୀମସେନ ଶବର, ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଆଇନଜୀବି ପ୍ରଦୀପ ଦାଶ ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଉପସ୍ଥିତ ଥିଲେ । ଖୋଲାଫର୍ଦ୍ଦର ମୂଖ୍ୟ ସମ୍ପାଦକ ବିମଳ କୁମାର ଭଞ୍ଜଦେଓଙ୍କ ପୌରହିତ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଂପାଦକ ଶ୍ରୀ ଭଞ୍ଜଦେଓ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ବର୍ତ୍ତମାନ ଓଡିଶାରେ ପ୍ରକାଶ ପାଉଥିବା ଛୋଟ ଖବରକାଗଜ ଗୁଡିକ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଉଛନ୍ତି । ଯାଦ୍ୱାରା ବର୍ତମାନ ପରିସ୍ଥିତିରେ ପ୍ରତିଦିନ ଖବରକାଗଜ ପ୍ରକାଶ କରିବା କଷ୍ଟକର ହୋଇପଡୁଛ ବୋଲି ସେ ମତ ପ୍ରକାଶ କରିଥିଲେ । ଖୋଲାଫର୍ଦ୍ଦର ୩୨ତମ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ରାୟଗଡର ଯୁବ ସାମ୍ବାଦିକ ସଂଗ୍ରାମ ପଟ୍ଟନାୟକ, ଗୋପ ରଞ୍ଜନ ବକ୍ସିପାତ୍ର, ମନୋଜ କୁମାର ସାହୁ, ଶିବନାରାୟଣ ଗୌଡ, ଉମାକାନ୍ତ ନିମାଲପୁରୀଙ୍କୁ ତାଙ୍କର ସାମ୍ବାଦିକତା ତଥା ସମାଜ ପ୍ରତି ନିଷ୍ଠା ଓ ନିରପେକ୍ଷତା ସାଧନ କରି ଯେଉଁ ଖବର ପରିବେଷଣ କରୁଛନ୍ତି ସେ ନେଇ ତାଙ୍କୁ ଆଜି ସମ୍ମାନିତ କରିଥିବା ବେଳେ ସମାଜସେବୀ ନିଶାର ଶେକ୍‌, ଖବର କାଗଜ ବିତରକ ରମେଶ ମହାନ୍ତି, ଶିକ୍ଷକ ପ୍ରତାପ ଚନ୍ଦ୍ର ବାତ୍ରିଆ, ରଂଜିତ କୁମାରଙ୍କୁ ତାଙ୍କର ସମାଜ ପ୍ରତି ଥିବା ଆନୁଗତ୍ୟ ସେବା ମନୋଭାବ ପାଇଁ ସମ୍ମାନିତ କରିଥିବା ବେଳେ କାଶୀପୁର ଅଂଚଳର ଜଣେ ଚାଷୀ ତଥା କୃଷିକୁ ଆପଣାଇ ଉଦାହରଣ ସାଜିଥିବା ଯୁବ ଚାଷୀ ବିଶ୍ୱମ୍ବର ନାୟକଙ୍କୁ ମଧ୍ୟ ଉକ୍ତ ମଂଚରେ ସମ୍ମାନିତ କରାଯାଇଥିଲା । ବନ୍ଧୁମିଳନ କାର୍ଯ୍ୟକ୍ରମରେ ଇମ୍ଫା କାଗଜ କଳର ବରିଷ୍ଠ ଲୋକସଂପର୍କ ଅଧିକାରୀ ଶକ୍ତିପ୍ରସାଦ ପାଣିଗ୍ରାହୀ, ଜେକେ କାଗଜ କଳର ମିଲନ ଲେଙ୍କା, ଉତ୍କଳ ଆଲୁମିନାର ତନ୍ମୟ ମହାନ୍ତି ଓ ମୌସୁମୀ ମହାନ୍ତିଙ୍କ ସହ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଓ ବୁଦ୍ଧିଜୀବି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ମୋଟ ୨୫ ଜଣଙ୍କୁ ସମ୍ମାନୀତ କରାଯାଇଥିବା ବେଳେ ଅତିଥି ପରିଚୟ ଓ ମଂଚ ପରିଚାଳନା କରିଥିଲେ ପ୍ରଦୀପ କୁମାର ନାୟକ ଓ ଧନ୍ୟବାଦ ଅର୍ପଣ କରିଥିଲେ ଶିବ ନାରାୟଣ ଗୌଡ । କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ଖୋଲାଫର୍ଦ୍ଦର ଜିଲ୍ଲା ପ୍ରତିନିଧି ଶ୍ରୀନିବାସ ବଳିଆର ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.