ଲୁବେନଗଡ ଓ ବାଲିଭଟା ସେବାଶ୍ରମ ବିଦ୍ୟାଳୟ ଚତୁର୍ଥ ପର୍ଯ୍ୟାୟ ‘୫-ଟି’ରେ ଅନ୍ତର୍ଭୁକ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଲୁବେନଗଡ ପଞ୍ଚାୟତର ଲୁବେନଗଡ଼ ସେବାଶ୍ରମ ଓ ମୋହନଗିରି ଗ୍ରାମ ପଞ୍ଚାୟତର ବାଲିଭଟା ସେବାଶ୍ରମ ବିଦ୍ୟାଳୟ ‘୫-ଟି’ ଚତୁର୍ଥ ପର୍ଯ୍ୟାୟରେ ସାମିଲ୍ ହେଇଛି । ଏ ନେଇ ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ବିଡ଼ିଓ ବିନୟ ଭୋଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଏଇଇ ବଲ୍ ବିନ୍ଦର ସିଂ ଯାଦବ, ବ୍ଲକ ସମାଜ ମଙ୍ଗଳ ଅଧିକାରୀ ଶ୍ୟାମ ସୁନ୍ଦର ନାଏକ, ସମାଜସେବୀ ବିକାଶ ରଞ୍ଜନ ସିଂହ ଦେଓ ଉଭୟ ବିଦ୍ୟାଳୟ ପରିଦର୍ଶନ କରି ଖୁବ୍ କମ୍ ଦିନ ଭିତରେ ଦୁଇଟି ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ସମ୍ପାଦନ କରାଯିବ ବୋଲି କହିଥିଲେ । ଲୁବେନଗଡ ଠାରେ ସ୍ଥାନୀୟ ସରପଞ୍ଚ ରମା ମାଝୀ, ସମିତି ସଭ୍ୟ ସାବତ ମାଝୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ, ଶିକ୍ଷକ ବୃନ୍ଦ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ସେବାଶ୍ରମ ବିଦ୍ୟାଳୟର ଅନେକ ସମସ୍ୟା ଉପରେ ଆଲୋଚନା କରିଥିଲେ । ବିଦ୍ୟାଳୟରେ ପାନୀୟ ଜଳ ଓ ଶୌଚାଳୟର ବନ୍ଦୋବସ୍ତ ନିତାନ୍ତ ଆବଶ୍ୟକ ବୋଲି ଗ୍ରାମବାସୀ ମତ ଦେଇଥିଲେ । ଏ ଦିଗରେ ଖୁବ୍ କମ୍ ଦିନ ଭିତରେ ନିଶ୍ଚିତ ସମାଧାନ କରାଯିବ ବୋଲି କହିଥିଲେ । ଏଥି ସହିତ ମଦନପୁର ସେବାଶ୍ରମ ବିଦ୍ୟାଳୟକୁ ମଧ୍ୟ ୫-ଟି ଅନ୍ତର୍ଭୁକ୍ତ କରାଯାଇଛି ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ସିଂହ ଦେଓ ପ୍ରକାଶ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.