୨୦୩୦ ସୁଦ୍ଧା ଲୋପ ପାଇବ ସମୁଦ୍ର ବରଫ, ବୃଦ୍ଧି ପାଇବ ବିଶ୍ୱର ତାପମାତ୍ରା

ପ୍ରକୃତିର ପରିବର୍ତ୍ତନ ଯୋଗୁଁ ପରିବେଶ ବହୁତ ପ୍ରଭାବିତ ହୋଇଛି। ଶହ ଶହ ବିଶ୍ୱସ୍ତରୀୟ ଆଲୋଚନା ଏବଂ ଅନେକ ପ୍ରୟାସ ପରେ ମଧ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ହୋଇପାରିଲା ନାହିଁ। ନୂତନ ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଆର୍କଟିକ୍ ମହାସାଗରର ସମର ସି ଆଇସ ବା ଗ୍ରୀଷ୍ମ ସମୁଦ୍ର ବରଫ ୨୦୩୦ ସୁଦ୍ଧା ଲୋପ ପାଇବାକୁ ଯାଉଛି। ନେଚର କମ୍ୟୁନିକେଶନ ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପ୍ୟାରିସରେ ଜଳବାୟୁ ଚୁକ୍ତି ଅନୁଯାୟୀ ବିଶ୍ୱର ତାପମାତ୍ରା ୧.୫ ° C ରେ ବନ୍ଦ କରାଗଲେ ମଧ୍ୟ ଆର୍କଟିକ୍ ମହାସାଗରରେ ଭାସୁଥିବା ବରଫ ତରଳିବାକୁ ବନ୍ଦ କରାଯାଇପାରିବ ନାହିଁ। ହାମବର୍ଗ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ନୋଟଜ୍ କହିଛନ୍ତି ଯେ ଗ୍ରୀଷ୍ମ ସମୁଦ୍ର ବରଫକୁ ଏକ ବାସସ୍ଥାନ ଏବଂ ଲ୍ୟାଣ୍ଡସ୍କୋପ ଭାବେ ରକ୍ଷା କରିବାରେ ବିଳମ୍ବ ହୋଇଯାଇଛି। ଖୁବ୍ ଶୀଘ୍ର ଗ୍ରୀଷ୍ମ ସମୁଦ୍ର ବରଫ ବା ସମର ସି ଆଇସ ବିଲୁପ୍ତ ପାଇବ। ଅବଶିଷ୍ଟ ଖଣ୍ଡକୁ ସୁରକ୍ଷିତ ରଖିବା ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରାଯାଇଥିଲା। ହେଲେ ଗ୍ଲୋବାଲ୍ ୱାର୍ମିଂ ବୃଦ୍ଧି ପାଇବା ଯୋଗୁଁ ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷ ହରାଇବାକୁ ଯାଉଛି ବିଶ୍ୱ। ଦକ୍ଷିଣ କୋରିଆର ଗବେଷକ ତଥା ଲେଖକ ସେଉଙ୍ଗ କି ମିନ ଦର୍ଶାଇଛନ୍ତି ଯେ ପର୍ମାଫ୍ରୋଷ୍ଟ ତରଳିବା ଦ୍ୱାରା ଗ୍ଲୋବାଲ ୱାର୍ମିଂ ବୃଦ୍ଧି ଘଟିବ। ବରଫ ଟୁକୁଡା ତରଳିବା କାରଣରୁ ଗ୍ରୀନହାଉସ୍ ଗ୍ୟାସ୍ ଏବଂ ସମୁଦ୍ର ପତ୍ତନ ବୃଦ୍ଧି ପାଇବାରେ ସହାୟକ ହେବ। ଯଦି ଆର୍କଟିକ୍ ମହାସାଗର ଏକ ମିଲିୟନ୍ ବର୍ଗ କିଲୋମିଟରରୁ କମ୍ ବରଫ ଦ୍ୱାରା ଘେରି ରହିଥାଏ କିମ୍ବା ସମଗ୍ର ମହାସାଗରର ବରଫ ସାତ ପ୍ରତିଶତରୁ କମ୍ ଥାଏ, ତେବେ ବୈଜ୍ଞାନିକମାନେ ଏହାକୁ ବରଫମୁକ୍ତ ବୋଲି ଘୋଷଣା କରନ୍ତି। ଫେବୃଆରୀରେ ଆଣ୍ଟାର୍କଟିକାରେ ସମୁଦ୍ର ବରଫ ୧.୯୨ ନିୟୁତ ବର୍ଗ କିଲୋମିଟର ହ୍ରାସ ପାଇଛି, ଯାହା ଏହାର ସର୍ବନିମ୍ନ ସ୍ତର। ୧୯୯୧-୨୦୨୦ ହାରାହାରି ଠାରୁ ଏହି ସ୍ଥିତି ପ୍ରାୟ ଏକ ମିଲିୟନ୍ ବର୍ଗ କିଲୋମିଟର ତଳେ ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.