ହାଇଦ୍ରାବାଦରେ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଭିଟାମାଟିକୁ ଶବ ଫେରେଇ ଆଣିବାକୁ ପରିବାରର ଗୁହାରି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସ୍ଥାନୀୟ ଅଞ୍ଚଳ ରେ କାମଧାନ୍ଦା ନ ପାଇ ଦୁଇପଇସା ରୋଜଗାର କରିବା ଆଶାନେଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି l ଏଭଳି ସ୍ଥିତି ରେ କୋକସରା ବ୍ଲକରେ ଚଳିତ ବର୍ଷ ଛ ମାସ ମଧ୍ୟରେ ପାଞ୍ଚ ଜଣ ଶ୍ରମିକଙ୍କ ଶବ ନିଜ ଭିଟାମାଟିକୁ ଫେରିଥିବା ଖବର ମିଳିଛି l ଆଜି ପୁଣି ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଖବର ସାମ୍ନା କୁ ଆସିଛି l ଉକ୍ତ ଶ୍ରମିକ ଜଣକ କୋକସରା ଥାନା ମାଝୀଗୁଡା ଗ୍ରାମର ଭିକାରି ବାଗ (୩୨)l ପ୍ରାପ୍ତ ସୂଚନାନୁସାରେ ଗତ ଦଶ ବାର ଦିନ ତଳେ ନିଜ ଶଳା ସହିତ କାମ ଅନ୍ୱେଷଣରେ ହାଇଦ୍ରାବାଦକୁ ଯାଇଥିଲେ l ସେଠାରେ ଭାରତ ଟାଟା ନାମକ ଏକ କମ୍ପାନୀ ରେ କାମ କରୁଥିଲେ l ତେବେ ଆଜି ସକାଳୁ ପରିବାର ଲୋକଙ୍କୁ ଖବର ମିଳିଲା ଭିକାରୀଙ୍କ ମୃତ୍ୟୁ ହୋଇଛି ବୋଲି। ଏଣେ ଖବର ପରେ ସେଠାରେ ଥିବା ଲୋକଙ୍କ ସହ ସମ୍ପର୍କ କରାଯାଇଥିବା ବେଳେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।ହାଇଦ୍ରାବାଦର କୌଣସି ଏକ ବେସରକାରୀ ଡାକ୍ତରଖାନାରେ ମୃତ ଶବ ରହିଥିବା ଜଣାପଡିଛି। ତେବେ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି। ପରିବାର ପକ୍ଷରୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ମୃତ ଶ୍ରମିକଙ୍କ ଶବ ଗାଁକୁ ପଠାଇବାକୁ ଯୋଗାଯୋଗ କରାଯାଇଥିବା ଜଣାପଡିଛି। ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ଖବର ପରେ ସ୍ତ୍ରୀ ଓ ତିନି ନାବାଳକ ଝିଅ ଭାଙ୍ଗି ପଡିଛନ୍ତି । ଏହି ଖବର ପରେ ଗାଁରେ ମଧ୍ୟ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.