ସରକାରୀ ବଙ୍ଗଳା ନବୀକରଣର ଅଡ଼ିଟ୍ କରୁଛି CAG

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନର ନବୀକରଣରେ ଆର୍ଥିକ ଅନିୟମିତତା ଅଭିଯୋଗର ଅଡିଟ୍ ଆରମ୍ଭ କରିଛି କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ (CAG) । ଏନେଇ ସୂଚନା ଦେଇଛନ୍ତି ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଅଧିକାରୀମାନେ । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସର୍ବୋଚ୍ଚ ଅଡିଟରଙ୍କୁ ଅନୁରୋଧ କରିବା ପରେ CAG ଏହି ପଦକ୍ଷେପ ନେଇଛି । ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ସରକାର ୨୦୨୦ ରୁ ୨୦୨୨ ମଧ୍ୟରେ ସରକାରୀ ବାସଭବନର ନବୀକରଣ ପାଇଁ ପ୍ରାୟ ୪୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। କେଜ୍ରିୱାଲଙ୍କ ଘର ମରାମତିବେଳେ ବହୁ ଦାମୀ ପରଦା, ଭିଏତନାମରୁ ମଗାଯାଇଥିବା ଏକ କୋଟି ଟଙ୍କାରୁ ଅଧିକ ଟଙ୍କାର ଶଙ୍ଖ ମଲମଲ ପଥର ଓ କାନ୍ଥରେ ୪ କୋଟି ଟଙ୍କାର କାଠ ଲଗାଯାଇ ମରାମତି କରାଯାଇଥିବା ବିଜେପି ଅଭିଯୋଗ କରିଥିଲା । ଏହି ରିପୋର୍ଟର ଉତ୍ତରରେ ଆମ୍ ଆଦମୀ ପାର୍ଟି କହିଛି ଯେ, ସିଏମ୍ ବାସଭବନର ଅବସ୍ଥା ଖରାପ ଏବଂ ଏହା ଏକ ସରକାରୀ ସମ୍ପତ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରଠାରୁ ବିଜେପି ଏବଂ ଆପ୍ ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧ ଚାଲିଛି। ବିଜେପି ଏନେଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ, କେଜ୍ରିୱାଲ ୨୦୧୩ ରେ ଏକ ଆଫିଡେଭିଟ୍‌ରେ ଦାବି କରି କହିଛନ୍ତି ଯେ, ସେ ବିଳାସପୂର୍ଣ୍ଣ ଉପଭୋଗ କରିବେ ନାହିଁ, କିନ୍ତୁ କୋଭିଡ଼୍ ସମୟରେ ଦିଲ୍ଲୀରେ ଅନେକ ସାଧାରଣ ଲୋକେ ମରୁଥିବାବେଳେ ତାଙ୍କ ବାସଭବନ ମରାମତିରେ ଖର୍ଚ୍ଚ କରିଥିଲେ ୪୫ କୋଟି ଟଙ୍କା । ଏପ୍ରିଲ ୨୯ରେ, ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସାକ୍ସେନା ସମସ୍ତ ସଂପୃକ୍ତ ରେକର୍ଡଗୁଡିକ ସୁରକ୍ଷିତ ରଖିବା, ସେଗୁଡିକୁ ପରୀକ୍ଷା କରିବା ଏବଂ ୧୫ ଦିନ ମଧ୍ୟରେ ଏକ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏକ ମାସ ପରେ, ଦିଲ୍ଲୀ ସରକାରଙ୍କ ଭିଜିଲାନ୍ସ ବିଭାଗ ଏକ ରିପୋର୍ଟରେ କହିଛି ଯେ, କେଜ୍ରିୱାଲଙ୍କ ସରକାରୀ ବାସଭବନର ନବୀକରଣ ପାଇଁ ମୋଟ ୫୨.୭୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ପବ୍ଲିକ୍ ୱାର୍କସ୍ ବିଭାଗ (ପିଡବ୍ଲ୍ୟୁଡି) ରେକର୍ଡକୁ ଦର୍ଶାଇ ରିପୋର୍ଟରେ କୁହାଯାଇଛି ଯେ ଏଥିରେ ଗୃହ ନିର୍ମାଣରେ ୩୩.୪୯ କୋଟି ଏବଂ ମୁଖ୍ୟମନ୍ତ୍ରୀଙ୍କ କ୍ୟାମ୍ପ କାର୍ଯ୍ୟାଳୟରେ ୧୯.୨୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.