ସୁବର୍ଣ୍ଣପୁର ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ସଚେତନତା ବୈଠକ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ଶ୍ରମବିଭାଗ ପକ୍ଷରୁ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ସଚେତନତା ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଏହି ପରିପ୍ରେକ୍ଷୀରେ ଆଜି ସକାଳେ ବିଭାଗ ତରଫରୁ ଅନୁଷ୍ଠିତ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଓ ଶୋଭାଯାତ୍ରା କୁ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ବିମଳେନ୍ଦୁ ରାୟ ସ୍ଥାନୀୟ ଶ୍ରମ କାର୍ଯ୍ୟାଳୟ ଠାରେ ଉଦଘାଟନ କରିଥିଲେ l ଉକ୍ତ ଶୋଭାଯାତ୍ରା ସହର ପରିକ୍ରମା ପୂର୍ବକ ଜନ ସଚେତନତା କରିଥିବା ବେଳେ ପରେ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ଵର ଖାଖା ଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥଲା l ଏହି ସଭାରେ ସିଡବ୍ଲୁସି ଅଧ୍ୟକ୍ଷ ଶ୍ରୀ ଶଙ୍କର୍ଷଣ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏଡିଇଓ ମଞ୍ଜୁଲତା ଭୋଇ, ସିଡବ୍ଲୁସି ସଭ୍ୟ ଲୋକନାଥ ସାହୁ, ହେମନ୍ତ ସାହୁ, ଶାନ୍ତନୁ କର୍ଣ୍ଣ, ଏଡିଏଲଓ ସବିତା କୁମାରୀ ନାଏକ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର କେଶବ ମେହେର, ଜିଲ୍ଲା ଚାଇଡ଼ଲାଇନ ବିଭାଗ ର ଅନଙ୍ଗ ନେଗୀ ପ୍ରମୁଖ ଯୋଗ ଦେଇ ଜିଲ୍ଲାରେ କିପରି ଶିଶୁ ଶ୍ରମିକ ପ୍ରଥାକୁ ରୋକାଯାଇ ଶିଶୁ ମାନଙ୍କୁ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ କରାଯାଇପାରିବ ସେ ଦିଗରେ ବିଶେଷ ଆଲୋକପାତ କରିଥିଲେ l ଏହି ସଭାରେ ଏସଏଚଜି କର୍ମକର୍ତ୍ତା ଓ ସମସ୍ତ ଟ୍ରେଡ଼ୟୁନିୟନ କର୍ମଚାରୀ ସଦସ୍ୟ ସଦସ୍ୟା ମାନେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଶ୍ରମ ବିଭାଗ ର ସମସ୍ତ କର୍ମଚାରୀ ବିଶେଷ ସହଯୋଗ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.