ଓଡ଼ିଆ ବାର୍ତ୍ତା /ସୁବର୍ଣ୍ଣପୁର (ସର୍ଜନ କୁମାର ପାଣ୍ଡେ): ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପିପୁଲ୍ସ ଫୋରମ୍ ସଂଯୋଜନା ଓ ରକ୍ତ ଦାତା ଅନୁଷ୍ଠାନ ଅନ୍ୟାନ୍ୟ ସଂଗଠନ ସହାୟତା ରେ ସୋନପୁର ଧୀବର ପଡ଼ା କ୍ଲବ୍ ରେ ଆଜି ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏସ ଡ଼ି ପି ଓ ପୁଷ୍ପାଞ୍ଜଳି ନିଙ୍ଗି ଓ ଜିଲ୍ଲା କୃଷକ ସଂଗଠନ ସଭାପତି ବୈକୁଣ୍ଠ ଶତପଥୀ ଅତିଥି ଭାବେ ଯୋଗ ଦେଇ ଏହାର ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ ମତ ରଖିଥିଲେ l ଡାକ୍ତର ଅଭିନାଶ ପୁରୋହିତ, ଡାକ୍ତର ଚିନ୍ମୟ ଶେଖର ବିଶ୍ବାଳ ପ୍ରମୁଖ ଶତାଧିକ ରୋଗୀ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ l
ମା ସୁରେଶ୍ଵରୀ ପାଠାଗାର ର ସମ୍ପାଦକ ଶିବ ବେହେରା ଓ ଧୀବର ପଡ଼ା ର ଯୁବକ ମାନଙ୍କ ପ୍ରଚେଷ୍ଟା ରେ ଜିଲ୍ଲା ରକ୍ତ ଦାତା ସେବା ସଂଘ, ପତାଞ୍ଜଳୀ ଯୁବ ଭାରତ ଓ ଏହାର ମହିଳା ଶାଖା, ସଚ୍ଛ ଭାରତ , ସବୁଜ ସୁବର୍ଣ୍ଣପୁର ଓ ଜିଲ୍ଲା କୃଷକ ସଂଗଠନ ର ସହାୟତା ରେ 100ରୁ ଉର୍ଧ୍ଵ ମହିଳା, ପୁରୁଷ, ଓ ବୟସ୍କ ଲୋକ ମାନେ ରକ୍ତ ଚାପ, ଡାଇବେଟିସ ଓ କ୍ୟାନ୍ସର ଭଳି ଅନ୍ୟାନ୍ୟ ଜଟିଳ ରୋଗ ର ଚିକିତ୍ସା ସୁବିଧା ନେଇ ଏହାର ପ୍ରତିକାର ବ୍ୟବସ୍ଥା ଓ ଔଷଧ ଉପକରଣ କୁ ମାଗଣା ରେ ପାଇଥିଲେ ।
ସେହିପରି ଆଗାମୀ ଦିନରେ ମେଡିକାଲ କୁ ଯାଇ ପାରୁ ନ ଥିବା ଲୋକଙ୍କ ସ୍ବାସ୍ଥ୍ୟ ଓ ଆରୋଗ୍ୟ ସକାଶେ ସହର ର ପ୍ରତି ୱାର୍ଡ ରେ ଏ ସ୍ୱାସ୍ଥ୍ୟ ସେବା କାର୍ଯକ୍ରମ କୁ ବ୍ୟାପକ ଓ ତ୍ଵରାନିତ କରାଯିବ ଏବଂ ପ୍ରତି ମାସ ରେ ଏକ ଏନ ସି ଡି କ୍ୟାମ୍ପ, ଅଉଟ ଡ୍ରିକ୍ସ କ୍ୟାମ୍ପ ର ଆୟୋଜନ ହେଉଛି ବୋଲି ଜିଲ୍ଲା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ର ସଂଯୋଜକ ଆଶୁତୋଷ ସାହୁ କହିଛନ୍ତି l ଧୀବର ପଡ଼ା ର ନୀଳକଣ୍ଠ ଅଧିକାରୀ, ହିମାଂଶୁ ଅଧିକାରୀ, ସମାଜସେବୀ ମନୋ ରଂଜନ ତ୍ରିପାଠୀ, ଶ୍ରୀବତ୍ସ ମଲ୍ଲିକ, ମନୋଜ ପଣ୍ଡା, ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର ର ସମସ୍ତ ଅଧିକାରୀ କ୍ୟାମ୍ପ୍ ପରି ଚାଳନା ରେ ସହ ଯୋଗ କରିଥିଲେ ।