‘ପ୍ରିୟେ ତୁ ମୋ ସିଏ’ ଚଳଚିତ୍ର ବିରୋଧରେ ଏତଲା ଦେଲା ଅଲ୍ ଓଡିଶା ସିଡୁଲ୍ଡ କାଷ୍ଟ ଫେଡରେସନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ଓଡ଼ିଆ ଚଳଚିତ୍ର ‘ପ୍ରିୟେ ତୁ ମୋ ସିଏ’ରେ ଅନୁସୂଚିତ ଜାତି ପ୍ରତି ଅସାମ୍ବିଧାନିକ ଭାଷା ବ୍ୟବହାର ଓ ଅମାନବୀୟ ବର୍ବରତା ଦୂଶ୍ୟ ଚିତ୍ରଣକୁ ବିରୋଧ କରି ଆଜି ଅଲ୍ ଓଡିଶା ସିଡୁଲ୍ଡ କାଷ୍ଟ ଫେଡରେସନ କଳାହାଣ୍ଡି ତରଫରୁ ଭବାନୀପାଟଣା ଟାଉନ ଥାନାରେରେ ଫିଲ୍ମର ନିର୍ଦ୍ଦେଶକ, ପ୍ରଯୋଜକ, ସଂଳାପ, ଅଭିନେତ୍ରୀଙ୍କ ବିରୋଧରେ ଭବାନୀପାଟଣା ଟାଉନ ଥାନାରେ ଏତଲା ଦିଆଯାଇଛି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ ବୋଲି ଗୌରବ ଅନୁଭବ କରିବା ବେଳେ ଗୋଟିଏ ଚଳଚ୍ଚିତ୍ରରେ ନିର୍ଦ୍ଦିଷ୍ଟ ଜାତି ପ୍ରତି ଆକ୍ଷେପ କରି ଚଳଚ୍ଚିତ୍ର ନିର୍ମାଣ କରିବା କେତେ ଦୂର ଯଥାର୍ଥ ବୋଲି ପ୍ରଶ୍ନ କରିଛି ଫେଡେରେସନ। ଏହି କାରଣ ଯୋଗୁଁ ଉକ୍ତ ଓଡ଼ଆ ଚଳଚ୍ଚିତ୍ରକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅନେକ ବୁଦ୍ଧିଜିବୀ। ଅଭିଯୋଗ ପ୍ରଦାନ ସମୟରେ ସଂଗଠନର ସଭାପତି ଧନଞ୍ଜୟ ଦୀପ୍, ସାଧାରଣ ସମ୍ପାଦକ ଯତୀନ୍ଦ୍ର କର, ଉପଦେଷ୍ଟା ବିଜୟ ରାଜ ଶିକ୍ଷା, ସୁନୀଲ କୁମାର ବିଶି, ଲାଲୁ ନିଆଲ, ଡମ୍ବରୁ କରୁଆ, କିରଣ କରୁଆ, ଅଭିଜିତ କରଙ୍କ ସମେତ ଅନେକ ସଦସ୍ୟ ଉପସ୍ଥିତ ଥିଲେ। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.