ରଥଯାତ୍ରା ପଥ ମହୋତ୍ସବ ଉଦଯାପିତ

ଓଡ଼ିଆ ବାର୍ତ୍ତା/ ପୁରୀ: କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ରଥଯାତ୍ରା ପଥ ମହୋତ୍ସବର ଉଦଯାପନ ଉତ୍ସବ ପୁରୀଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଶ୍ରୀ ଗୁଣ୍ଡିଚାରୁ ବାହୁଡା଼ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଜନରଞ୍ଜନ ପ୍ରଧାନ, ଗଗନ କୁମାର ପ୍ରଧାନ, ପୁଷ୍ପଲତା ମିଶ୍ର, ଗୋବିନ୍ଦ ଚନ୍ଦ୍ର ଫାରକ୍, ସତ୍ୟଜିତ ମହତାବ, ପ୍ରଣବ ଛୋଟରାୟ, ପୁଷ୍ପଲତା ମିଶ୍ର, ପ୍ରକାଶ ମହାପାତ୍ର, ବିଜୟ ମିଶ୍ର, ଜୟନ୍ତ ପାଲ୍, କମଳାକାନ୍ତ ରାଜୁ, ସଂଯୁକ୍ତା ସାହୁ, ପ୍ରଭାତ ସାହୁ, ପ୍ରିୟବ୍ରତ ଦେହୁରୀ ପ୍ରମୁଖ ଯୋଗଦେଇ ସେବା ସଂଗଠନ ଏବଂ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କୈବଲ୍ୟ ସାହିତ୍ୟ ସଂସଦର କର୍ମକର୍ତ୍ତା ଆଶୁ ଚିକିତ୍ସା ଏବଂ ବଡ଼ଦାଣ୍ଡ ସଫେଇରେ ସହାୟତା କରିଥିଲେ । ଅତିଥି ମାନେ ଶହେ ଜଣ ଡାକ୍ତର ଏବଂ ପାରା ମେଡିକାଲ ଅଧିକାରୀଙ୍କୁ ବଡ଼ଦାଣ୍ଡ ସେବା ସମ୍ମାନ ପ୍ରଦାନ କରିଥିଲେ । ଓଡ଼ିଶା ଅଗ୍ନି ସେବା ଅଧିକାରୀ, ପୋଲିସ କ୍ରାଇମବ୍ରାଞ୍ଚ୍ ଅଧିକାରୀ, ଆର୍ମି ଅଧିକାରୀ, ହୋମ ଗାର୍ଡ ମାନଙ୍କୁ ବଡ଼ଦାଣ୍ଡ ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ଶହେ ଜଣ ସମାଜସେବୀଙ୍କୁ ବଡ଼ଦାଣ୍ଡ ସେବା ସମ୍ମାନ ପ୍ରଦାନ କରିଥିଲେ । ଦିଲ୍ଲୀ, ବାଙ୍ଗାଲୋର ଦୂରଦର୍ଶନର ବରିଷ୍ଠ ସାମ୍ବାଦିକ ଏବଂ ଆକାଶ ବାଣୀ ପୁରୀର ବରିଷ୍ଠ ସାମ୍ବାଦିକଙ୍କୁ ବଡ଼ଦାଣ୍ଡ ସାମ୍ବାଦିକ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା । ଯୁବ ସାମ୍ବାଦିକ ରିତାରାଣୀ ସେଠ୍, ଲଳିତେନ୍ଦୁ ପଲାଉରି ଏବଂ ଅନ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ବଡ଼ଦାଣ୍ଡ ସାମ୍ବାଦିକ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା । ଶହେ ଜଣ ଅତି ବିଶିଷ୍ଟ ବ୍ୟକ୍ତି, ସେବାୟତ ମାନଙ୍କୁ ଓଡ଼ିଶା ରଥଯାତ୍ରା ସଂସ୍କୃତି ସମ୍ମାନ ପ୍ରଦାନ କରିଥିଲେ ।

Udyog Nursery
Udyogi Nursery

କୈବଲ୍ୟ ସାହିତ୍ୟ ସାଂସଦର କର୍ମକର୍ତ୍ତା ରଥ ଟାଣିବା କାର୍ଯ୍ୟରେ ସହାୟତା କରିଥିଲେ । କୈବଲ୍ୟ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସମ୍ପାଦକ ଡ଼. ସଂଗ୍ରାମ କେଶରୀ ସାମନ୍ତରାୟ ଏବଂ ସଭାପତି  ବିଜୟା ଲକ୍ଷ୍ମୀ ସାମନ୍ତରାୟ କୈବଲ୍ୟ ସାହିତ୍ୟ ସଂସଦ ଜଗନ୍ନାଥ ସଂସ୍କୃତି ପ୍ରଚାର ଏବଂ ଓଡ଼ିଆ ଭାଷାର ପ୍ରଚାର ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଥିବାର ସୂଚନା ପ୍ରଦାନ କରିଛନ୍ତି । ଓଡ଼ିଶାର କୋଣ ଅନୁକୋଣରୁ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଶୁଭେଚ୍ଛା ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.