ମିଶନ ଶକ୍ତି ଜରିଆରେ ଉଳିକୁପା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଉଳିକୁପା ଠାରେ ମିଶନଶକ୍ତି ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମିଶନ ଶକ୍ତିର ବ୍ଲକ ସଂଯୋଜକ ରୋହିତ ବିଶ୍ଵାଳ ଉଳିକୁପା ଗ୍ରାମ ପଞ୍ଚାୟତ ଅଧିନସ୍ଥ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ନେଇ ଆଜି ଗୁରୁବାର ପୂର୍ବହ୍ନ ୧୦ ଘଣ୍ଟା ସମୟରେ ମିଶନ ଶକ୍ତି ଆନୁକୂଲ୍ୟରେ ଏହି ଋଣମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ଉପସ୍ଥିତ ରହି ଦୀପ ପ୍ରଜ୍ଜ୍ୱଳନ କରିବା ମାର୍ଗଦର୍ଶନ ଦେଇଥିଲେ । ପ୍ରଥମେ ଶ୍ରୀ ବିଶ୍ୱାଳ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀମାଝୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମହିଳା ସଶକ୍ତିକରଣ ଓ ଆର୍ଥିକ ମାନଦଣ୍ଡରେ ମହିଳା ମାନେ ସୁଦୃଢ ହେବାପାଇଁ ରହିଥିବା ପ୍ରୟାସ ବିଷୟରେ ମାର୍ଗଦର୍ଶନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉଳିକୁପା ସରପଞ୍ଚ, ସମିତି ସଦସ୍ୟ ଆଇସିଡିଏସ କର୍ମଚାରୀ ନୀଳ ବୁଦ୍ଧିଆ ପ୍ରମୁଖ ମଞ୍ଚସୀନ ରହି ମାର୍ଗ ଦର୍ଶନ ଦେଇଥିଲେ । ଉଳିକୁପା ଗ୍ରାମ ପଞ୍ଚାୟତ ଅଧିନସ୍ଥ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ, ସିଆରପି, ଏମବିକେ ଓ ବ୍ୟାଙ୍କ ମିତ୍ର ମାନଙ୍କୁ ନେଇ ଏହି ସଚେତନତା କାର୍ଯ୍ୟକ୍ରମରେ ମିଶନ ଶକ୍ତି ଅଧିନସ୍ଥ ସ୍ୱୟଂ ସହାୟକ ଗୋଷ୍ଠୀର ଗୁଡିକ ବ୍ୟାଙ୍କରୁ କିଭଳି ଭାବରେ ଋଣ ପାଇ ପାରିବେ ଏବଂ ଋଣ କୁ କିଭଳି କିସ୍ତି ଆକାରରେ ପରିଷୋଧ କରିବେ ସେ ବିଷୟରେ ତାଲିମ ଦିଆଯିବା ସହ ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ସଚେତନତା କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ବ୍ଲକ ସଂଯୋଜକ ଶ୍ରୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.