ଜୁନରେ ୧.୬୧ ଲକ୍ଷ କୋଟି ଜିଏସ୍‌ଟି ଆଦାୟ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପୂର୍ବ ବର୍ଷ ଜୁନ ମାସ ତୁଳନାରେ ଏବର୍ଷ ଜିଏସ୍‌ଟି ସଂଗ୍ରହ ୧୨ ପ୍ରତିଶତ ବୃଦ୍ଧି ପାଇଛି। ଜୁନ୍ ମାସରେ ୧.୬୧ଲକ୍ଷ କୋଟି ଟଙ୍କାର ଦ୍ରବ୍ୟ ଏବଂ ସେବା ଶୁଳ୍କ(ଜିଏସ୍‌ଟି) ଆଦାୟ ହୋଇଛି ବୋଲି ଅର୍ଥମନ୍ତ୍ରଣାଳୟ ସୂଚନା ଦେଇଛି। ସଂଗ୍ରୃହିତ ଜିଏସ୍‌ଟି ମଧ୍ୟରୁ ଚଳିତ ବର୍ଷ ଜୁନ୍ ମାସରେ ସେଣ୍ଟ୍ରାଲ୍ ଜିଏସ୍ଟି ୬୭,୨୩୭ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ଷ୍ଟେଟ୍ ଜିଏସଟି ୬୮, ୫୬୧ କୋଟି ଆଦାୟ ହୋଇଛି।

Omkar Vasthu
Omkar Vasthu

ଓଡ଼ିଶାରେ ୪,୩୭୯.୯୮ କୋଟି ଟଙ୍କାର ଜିଏସଟି୍ ସଂଗ୍ରହ କରାଯାଇଛି। ସେହିପରି ୧୧,୯୦୦ କୋଟି ଟଙ୍କା ଜିଏସଟି ସେସ୍ ମଧ୍ୟ ଆଦାୟ କରାଯାଇଛି ଥିବା ଅର୍ଥମନ୍ତ୍ରଣାଳୟ କହିଛି।

Pearl dental clinic
Near Ashish Medical Store, Bhawanipatna

ଘରୋଇ କାରବାର ବୃଦ୍ଧି ଯୋଗୁ ଦେଶରେ ରାଜ୍ୟ ରାଜସ୍ୱ ଆଦାୟ ବଢ଼ିଛି। ଏଥିରେ ଆମଦାନୀ ଶୁଳ୍କ ମଧ୍ୟ ରହିଛି। ଗତ ବର୍ଷ ଜୁନ୍ ମାସ ଅପେକ୍ଷା ୧୮ ପ୍ରତିଶତ ଆମଦାନୀ ଶୁଳ୍କ ସଂଗ୍ରହରେ ବୃଦ୍ଧି ପାଇଛି ବୋଲି ଅର୍ଥମନ୍ତ୍ରାଳୟ ସୂଚନା ଦେଇଛି।

Udyog Nursery
Udyogi Nursery

ଦେଶରେ ଜିଏସଟି ଲାଗୁ ହେବା ଠାରୁ ଚତୁର୍ଥ ଥର ପାଇଁ ଦ୍ରବ୍ୟ ଓ ସେବା ଶୁଳ୍କ ଆଦାୟ ୧.୬ ଲକ୍ଷ କୋଟି ଟଙ୍କା ପାର୍ କରିଛି। କ୍ରମାଗତ ୧୬ ମାସ ୧.୪ ଲକ୍ଷ କୋଟିରୁ ଅଧିକ ହୋଇଥିବା ବେଳେ ସପ୍ତମ ଥର ପାଇଁ ୧.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଜିଏସ୍‌ଟି ଆଦାୟ ହୋଇଛି। ଗତ ୩ ବର୍ଷର ପ୍ରଥମ ତ୍ରୟମାସିକ ହାରାହାରି ଜିଏସଟି ସଂଗ୍ରହ ଉପରେ ନଜର ପକାଇଲେ, ଆର୍ଥିକ ବର୍ଷ ୨୦୨୧-୨୨, ଆର୍ଥିକ ବର୍ଷ ୨୦୨୨-୨୩ ଓ ୨୦୨୩-୨୪ରେ ଯଥାକ୍ରମେ ୧.୧୦ ଲକ୍ଷ କୋଟି ଟଙ୍କା, ୧.୫୧ ଲକ୍ଷ କୋଟି ଓ ୧.୬୯ ଲକ୍ଷ କୋଟି ଟଙ୍କା ଆଦାୟ ହୋଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.