ଗାୟତ୍ରୀ ପରିବାର ପକ୍ଷରୁ ନର୍ଲାରେ ଗୁରୁ ପୂର୍ଣ୍ଣିମା ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରତି ବର୍ଷ ଶ୍ରାବଣ ପୂର୍ଣ୍ଣିମାକୁ ଗୁରୁ ପୂର୍ଣ୍ଣିମା ଭାବେ ପାଳନ କରାଯାଏ। ସାରା ଦେଶରେ ଆନନ୍ଦ ଉଲ୍ଲାସର ସହ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇ ଯାଇଥିବା ବେଳେ ଅଖିଳ ଭାରତୀୟ ଗାୟତ୍ରୀ ପରିବାର ଏହାକୁ ନିଆରା ଢଙ୍ଗରେ ପାଳନ କରିଥିବା ଦୃଷ୍ଟି ଗୋଚର ହୋଇଥିଲା। କଳାହାଣ୍ଡି ଜିଲ୍ଲା ନର୍ଲା ଜଗନ୍ନାଥ ମନ୍ଦିର ଠାରେ ଅଖିଳ ଭାରତୀୟ ଗାୟତ୍ରୀ ପରିବାର ନର୍ଲା ବ୍ଲକ ତରଫରୁ ଗୁରୁ ପୂର୍ଣ୍ଣିମା ପର୍ବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ଏକ କୁଣ୍ଡିଅ ଗାୟତ୍ରୀ ମହାଯଜ୍ଞ, ଗୁରୁ ଗୀତା ପାଠ କାର୍ଯ୍ୟକ୍ରମ କରାଯାଇଥିଲା। ଉକ୍ତ ଯଜ୍ଞ କର୍ମକୁ ଅଶୋକ ପେଣ୍ଠୋଇ, ଗଣେଶ ଚନ୍ଦ୍ର ପୃଷ୍ଟି ଏବଂ ପ୍ରଜ୍ଞାପୁତ୍ରୀ ସୁଶ୍ରୀ ପୂର୍ଣ୍ଣିମା ଭଉଣି ସଞ୍ଚାଳନ କରିଥିଲେ । ଏହି ଶୁଭ ଅବସରରେ ପରମ ପୂଜ୍ୟ ଗୁରୁଦେବ ଶ୍ରୀ ରାମ ଶର୍ମା ଆଚାର୍ଯ୍ୟଙ୍କ ଦ୍ଵାରା ଶାନ୍ତିକୁଞ୍ଜ ହରିଦ୍ଵାରରୁ ଆରମ୍ଭ କରାଯାଇଥିବା ବୃକ୍ଷଗଙ୍ଗା ଅଭିଯାନକୁ ନର୍ଲା ଶିଶୁ ମନ୍ଦିରରେ ଶୁଭାରମ୍ଭ କରା ଯାଇଥିଲା। ଏଥିରେ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରା ଯାଇଥିଲା। ଏହି କାର୍ଯକ୍ରମରେ ନର୍ଲା ବ୍ଲକ୍ ଅନ୍ତର୍ଗତ ୨୦ ଖଣ୍ଡ ଗ୍ରାମର ୧୧୫ ଗାୟତ୍ରୀ ପରିବାରର ପରିଜନ ଅଂଶ ଗ୍ରହଣ କରିଥିଲେ। ଯଜ୍ଞ କର୍ମ ସମାପ୍ତ ହେବା ପରେ ଜିଲ୍ଲା ଗାୟତ୍ରୀ ପରିବାର ମୁଖ୍ୟ ସଂଯୋଜକ ତପନ କୁମାର ସାହୁ, ଗାୟତ୍ରୀ ପରିବାର ବରିଷ୍ଠ କାର୍ଯ୍ୟକର୍ତ୍ତା ମେଦିନୀଧର ଜାନି, ଚକ୍ରଧର ସା, ନର୍ଲା ଗାୟତ୍ରୀ ପ୍ରଜ୍ଞା ମଣ୍ଡଳର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ଉପସ୍ଥିତ ଥିବା ସମସ୍ତ ଗାୟତ୍ରୀ ପରିବାର ପରିଜନଙ୍କ ସହମତିରେ ପୁରାତନ ବ୍ଲକ କମିଟିକୁ ବଦଳାଇ ନୂତନ କମିଟି ଗଠନ କରା ଯାଇଥିଲା। ଏଥିରେ ବ୍ଲକ ମୁଖ୍ୟ ସଂଯୋଜୋକ ଭାବରେ ଅନିଲ କୁମାର ଅଗ୍ରୱାଲ (ହଡୋଦିଆ), ସହ ସଂଯୋଜକ ତୀର୍ଥ ବୁଦ୍ଧିଆ, ଅଫିସ ଇଞ୍ଚାର୍ଜ ବିକ୍ରମ ଗଉଡ, ଯୁବା ପ୍ରକୋଷ୍ଠ ମୁଖ୍ୟ ଗଣେଶ ଚନ୍ଦ୍ର ପୃଷ୍ଟି, ନାରୀ ଜାଗରଣ ମୁଖ୍ୟ ସୁଷମା ପୁଟେଲ, ସଂଗଠନ ମୁଖ୍ୟ ପ୍ରମୋଦ କୁମାର ବେହେରା, କୋଷାଧ୍ୟକ୍ଷ ଜୟନ୍ତ ଦାସ, ଭାରତୀୟ ଜ୍ଞାନ ପରୀକ୍ଷା ମୁଖ୍ୟ ପ୍ରହଲ୍ଲାଦ ବିଶ୍ଵାଳ, ମିଡିଆ ପ୍ରଭାରୀ ନିକୁଞ୍ଜ କୁମାର ଦତ୍ତା, ଯୁବା ପ୍ରକୋଷ୍ଠ ସହଯୋଗୀ ଶୁକଦେବ ସାହୁ, ସଂଗଠନ ସହଯୋଗୀ ମହେଶ୍ଵର ମାଝୀଙ୍କୁ ଚୟନ କରି ନୂତନ ବ୍ଲକ କମିଟି ଗଠନ କରା ଯାଇଥିଲା। ଶେଷରେ ଶାନ୍ତି ପାଠ ସହ ଉକ୍ତ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.