ଜଙ୍ଗଲରୁ ବେଆଇନ୍‌ ଗଞ୍ଜେଇ ଜବତ: ତିନି ଜଣ ଗଞ୍ଜେଇ ମାଫିଆ ଚମ୍ପଟ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ବେଆଇନ୍‌ ଗଞ୍ଜେଇ ଚାଷ ଓ ଚୋରାଚାଲାଣ ବୃଦ୍ଧି ପାଉଥିବା ବେଳେ ପୋଲିସ ଏ ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି । ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ଗୁଇନ୍ଦା ସୂଚନା ଆଧାରରେ ବିଭିନ୍ନ ସ୍ଥାନରେ ଚଢ଼ାଉ ମଧ୍ୟ ଜାରି ରଖିଛି । ଏଭଳି ସ୍ଥିତିରେ ବାଲିଗୁଡ଼ା ପୋଲିସକୁ ଆଉ ଏକ ସଫଳତା ମିଳିଛି । ବାଲିଗୁଡ଼ା ଥାନା ସିନ୍ଦ୍ରିଗାଁ ନିକଟସ୍ଥ ଜଙ୍ଗଲରୁ ୩୦୪ କେଜି ୭୦୦ଗ୍ରାମ୍‌ ବେଆଇନ୍‌ ଗଞ୍ଜେଇ ଜବତ କରିଛି ପୋଲିସ୍‌ । ଚୋରାଚାଲାଣ ପାଇଁ ଗଚ୍ଛିତ ରଖାଯାଇଥିବା ବେଳେ ଘଟଣାସ୍ଥଳରେ ଚଢ଼ାଉ କରିଥିଲା ପୋଲିସ୍‌ । ସେପଟେ ପୋଲିସକୁ ଦେଖି ତିନିଜଣଙ୍କ ଗଞ୍ଜେଇ ମାଫିଆ ଚମ୍ପଟ ମାରିଥିବା ପୋଲିସ୍‌ ପକ୍ଷରୁ ସୂଚନା ମିଳିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଏନେଇ ବାଲିଗୁଡ଼ା ଥାନା କେଶ ନଂ-୧୬୮/୨୦୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବିଷୟ ଥାନା ଅଧିକାରୀ ବାବାଶଙ୍କର ସରାଫ୍‌ ପ୍ରକାଶ କରିଛନ୍ତି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.