ଏମର୍ଜିଂ ଏସିଆ କପ କ୍ରିକେଟ; ଭାରତ ଏ ଟିମର ନେତୃତ୍ୱ ନେବେ ୟଶ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଏମର୍ଜିଂ ଏସିଆ କପ କ୍ରିକେଟ ପାଇଁ ଘୋଷିତ ଭାରତୀୟ ଦଳର ନେତୃତ୍ୱ ନେବେ ୟଶ ଢ଼ୁଲ । ୧୩ରୁ ୨୩ ଜୁଲାଇ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟ ପାଇଁ ଭାରତୀୟ ଦଳ ମଧ୍ୟ ଘୋଷଣା କରାଯାଇଛି । ଭାରତ ଏ ଗ୍ରୁପ ବି’ରେ ନେପାଳ, ୟୁଏଇ ଓ ପାକିସ୍ତାନ ଟିମ ସହ ସ୍ଥାନ ପାଇଛି । ୧୩, ୧୫ ଓ ୧୮ ଜୁଲାଇରେ ଭାରତ ଏ ଯଥାକ୍ରମେ ୟୁଏଇ, ପାକିସ୍ତାନ ଓ ନେପାଳକୁ ଭେଟିବ । ଗ୍ରୁପ ଏରେ ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଓ ଓମାନ ରହିଛନ୍ତି । ଉଭୟ ଗ୍ରୁପରୁ ୨ଟି ଲେଖାଁଏ ଟିମ ସେମିଫାଇନାଲକୁ ଉନ୍ନୀତ ହେବେ । ୨୩ ଜୁଲାଇରେ ଫାଇନାଲ ମ୍ୟାଚ ଖେଳାଯିବ । ସମସ୍ତ ଟିମରୁ ଜଣଙ୍କୁ ଛାଡି ଅନ୍ୟମାନଙ୍କ ବୟସ ୨୩ ବର୍ଷରୁ କମ ହୋଇଥିବା ଜରୁରୀ । ୟଶ ଏହା ପୂର୍ବରୁ ୧୯ ବର୍ଷରୁ କମ ବିଶ୍ୱକପ ଦଳରେ ଭାରତର ନେତୃତ୍ୱ ଦାୟିତ୍ୱ ସୁଚାରୁରୂପେ ତୁଲାଇଥିଲେ ।

ଭାରତୀୟ ଦଳ: ୟଶ ଢ଼ୁଲ (ଅଧିନାୟକ), ଅଭିଷେକ ଶର୍ମା, ସାଇ ସୁଦର୍ଶନ, ନିକିନ ଜୋସ, ପ୍ରଦୋଷ ରଞ୍ଜନ ପଲ, ରିୟାନ ପରାଗ, ନିଶାନ୍ତ ସିନ୍ଧୁ, ପ୍ରଭସିମ୍ରନ ସିଂ, ଧ୍ରୁବ ଜୁରେଲ, ମାନବ ସୁଥର, ଯୁବରାଜସିଂ ଡୋଡିଆ, ହର୍ଷିତ ରାଣା, ଆକାଶ ସିଂ, ନୀତିଶ କୁମାର, ରାଜବର୍ଦ୍ଧନ ହଙ୍ଗାରଗେକର ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.