ଜୁଲାଇ ୭ରୁ ଇନ୍ଦ୍ରାବତୀ ପ୍ରକଳ୍ପରୁ ଜଳ ସେଚନ ଆରମ୍ଭ; ୪୨୯ ଗାଁ ୧ ଲକ୍ଷ ୧୨ ହଜାର ହେକ୍ଟର ଜମିକୁ ମାଡିବ ପାଣି

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଇନ୍ଦ୍ରାବତୀ ଜଳସେଚନ ଯୋଜନାରୁ ଆସନ୍ତା ତା ୦୭/୦୭/୨୦୨୩ ରିଖରେ ଖରିଫ୍ ଋତୁ  ଜଳସେଚନ ପାଇଁ ମଙ୍ଗଳ ପୁର ଵ୍ୟାରେଜ ରୁ ପାଣି ଛାଡିବ ଏବଂ ଏନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇ ସାରିଥିଵା ବିଭାଗୀୟ ସୁତ୍ରରୁ ଜଣାପଡିଛି। ଚଳିତ ବର୍ଷ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ଡିଭିଜନ ୧ ପାରିଧିରେ ୧୨୪ ଗୋଟି ଗ୍ରାମ ର ୨୫୮୪୫.୦୬୦ ହେକ୍ଟର, ବାମ ମୁଖ୍ୟ କେନାଲ ଡିଭିଜନ ୧ ରୁ ୧୩୨ ଗୋଟି ଗ୍ରାମ ର ୩୯.୮୩୦ .୦୬୪ ହେକ୍ଟର, ବାମ ସମ୍ପ୍ରସାରଣ ୮୭ ଟି ଗ୍ରାମର ୧୯.୪୭୮.୧୭ ହେକ୍ଟର, ଦକ୍ଷିଣ ସମ୍ପ୍ରସାରିତ କେନାଲ ୩୯ ଟି ଗ୍ରାମର ୫୧୮୬୦.୦୮ ହେକ୍ଟର ଏବଂ ଇନ୍ଦ୍ରାବତୀ ଉଠା ଜଳସେଚନ ଯୋଜନା ର ୮୮ ଗୋଟି ଗ୍ରାମ ର ୨୫.୨୭୪.୬୩୦ ହେକ୍ଟର ଜଳ ଯୋଗାଣ ଲକ୍ଷ୍ୟ ରଖିଥିବା ସୁଚନା ମିଳିଛି ‌। ଏହା ଦ୍ବାରା କଳାହାଣ୍ଡି ଜିଲ୍ଲା ର ଜୟପାଟଣା, କଲମ ପୁର କୋକସରା, ଧର୍ମଗଡ଼, ଜୁନାଗଡ଼ ଭବାନୀପାଟଣା, ଗୋଲା ମୁଣ୍ଡା ଆଦି ବ୍ଳକ ୯୯୧୭୨ ଚାଷୀ ଉପକୃତ ହେବେ ବୋଲି ସୁଚନା ମିଳିଛି । ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ଗତ ବର୍ଷ ତୁଳନାରେ ଅଧିକ ରହିଥିବା ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅନିଲ ପାଣିଗ୍ରାହୀ ସୁଚନା ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.