ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଉତ୍ତର ବନଖଣ୍ଡ ଅଧିନସ୍ଥ ମ ରାମପୁର ରେଞ୍ଜ ପକ୍ଷରୁ ଆଜି ରିଷିଡା ସ୍ଥିତ ଜେକେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଥିଲା l ଏଥିରେ ବିଧାୟକ ଭୂପିନ୍ଦର ସିଂ ମୁଖ୍ୟଅତିଥି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ବ୍ଲକ ଅଧ୍ୟକ୍ଷl କୁନି ସାହୁ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, କଲେଜ ଅଧ୍ୟକ୍ଷ ହେମନ୍ତ ଚୌଧୁରୀ, ସମିତି ସଭ୍ୟ ସିନୁ ବେହେରା ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ l ଏଥିସହିତ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ l ବାପୁଜୀ ହାଇସ୍କୁଲ ଓ ଶିଶୁମନ୍ଦିର ରେ ବି ବୃକ୍ଷରୋପଣ କରାଯାଇଥିଲା l ଏଥିରେ ବନାଞ୍ଚଳ ଅଧିକାରୀ ଅସିତ କୁମାର ଦାସ, ବନପାଳ ସମ୍ପଦ କୁମାର, ବନପାଳ ରତ୍ନାକର ଧାରୁଆ, ଆମ ଜଙ୍ଗଲ ଯୋଜନା ଦଳପତି ପ୍ରଦିପ କୁମାର ସାହୁ, ବିକାଶ ଅଧିକାରୀ ସଦାନନ୍ଦ ପଧାନ, କୁନୁ ଛାତ୍ରୀଆ ଉପସ୍ଥିତ ଥିଲେ ।