ଗଛରେ ପିଟି ହୋଇ ବାଇକ ଆରୋହୀ ମୃତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ଜଣେ ବାଇକ ଆରୋହୀ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ମୃତ ଘଟିଛି l ମୃତ ବ୍ୟକ୍ତିଙ୍କ ନାମ ସୁରେଶ ମାଝୀ (୨୮) ବାପା ଗୌତମ ମାଝୀ ଘର କମରଲଗା ବୋଲି ଜଣାପଡିଛି l ଖବର ପାଇଁ ସଇଁତଲା ପୋଲିସ ପହଂଚି ଶବକୁ ଜବତ କରି ଥାନା କେଶ ନଂ ୧୬୩/୨୩ରେ ଏକ ମାମଲା କରି ବଲାଙ୍ଗୀରରେ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ l ଯାହାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ପ୍ରକାଶ ଯେ, କୁଇକେଡା ପଞ୍ଚାୟତର କମରଲଗା ଗାଁର ସୁରେଶ ମାଝୀ , ଦେବେନ୍ଦ୍ର ମାଝୀ ଓ ମୁକେଶ ମାଝୀ ୩ ଜଣ ସାଙ୍ଗ ବାଇକ ନଂ ଓଡ଼ି ୦୩ ଭି ୧୭୨୦ ଯୋଗେ ସଇଁତଲାକୁ ଆସି ସନ୍ଧ୍ୟା ସାଢେ ୭ ରେ ଘରକୁ ଫେରୁଥିବା ବେଳେ ସ୍ଥାନୀୟ କଲେଜ ନିକଟର ଗୋଲାଣି ଠାରେ ଭାରସାମ୍ୟ ହରାଇ ୩ ଜଣ ଛିଟିକି ପଡ଼ିଥିଲେ l ଏଥିରେ ସୁରେଶ ଏକ ଗଛରେ ପିଟି ହୋଇଥିଲେ l ଅନ୍ୟ ୨ ସାଙ୍ଗ ସାମାନ୍ୟ ଆହତ ହୋଇଥିଲେ l ଘଟଣାସ୍ଥଳରୁ ସୁରେଶଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସଇଁତଲା ଡାକ୍ତରଖାନାକୁ ଆଣିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏହି ମାମଲାକୁ ଥାନା ଏସଆଇ ଶଙ୍କରଲାଲ ମିର୍ଦ୍ଧା ବାଇକକୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରୀ ରଖିଛନ୍ତି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.