ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ଼ ସ୍ଥିତ ନୀଳକଣ୍ଠେଶ୍ବର ଶିବ ମନ୍ଦିରରେ ରହିଥିବା ଭଗବାନ ଶିବଙ୍କ ବାହନ ବୃଷଭ କ୍ଷୀର ଓ ପାଣି ପିଉଥିବା ଖବର ପ୍ରଚାରିତ ହେବା ପରେ ଆଜି ଜୁଲାଇ ୧୧ ମଙ୍ଗଳବାର ସକାଳୁ ଶିବ ମନ୍ଦିରରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଜମିଥିଲା । ଭକ୍ତ ବୃନ୍ଦ ହାତରେ କ୍ଷୀର ଏବଂ ପାଣି ଢାଳ ନେଇ ଆସି ଶିବ ମନ୍ଦିର ସମ୍ମୁଖରେ ରହିଥିବା ବୃଷଭଙ୍କୁ ଚାମଚ ଯୋଗେ କ୍ଷୀର ପିଆଇ ଥିଲେ । ଖବରରୁ ଜଣା ପଡ଼ିଛି ଯେ ନର୍ଲାରୋଡ଼ ନୀଳକଣ୍ଠେଶ୍ବର ଶିବ ମନ୍ଦିର ପୂଜାରୀ ନୃଶିଂହ ପାଢ଼ୀଙ୍କୁ କେସିଙ୍ଗାର କେହି ଜଣେ ଶିବ ଭକ୍ତ ବୃଷଭ କ୍ଷୀର ପିଉଥିବା ନେଇ ଫୋନ ଯୋଗେ ଖବର କରିବା ପରେ ସକାଳ ୮ ଘଣ୍ଟା ସମୟରେ ମନ୍ଦିର ପୂଜାରୀ ବୃଷଭଙ୍କୁ କ୍ଷୀର ପିଆଇଥିଲେ । ବୃଷଭ କ୍ଷୀର ଓ ପାଣି ପିଆଇଲେ ପିଉଥିବା ଖବର ପ୍ରଚାରିତ ହେବା ପରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ କ୍ଷୀର ଓ ପାଣି ନେଇଆସି ନର୍ଲାରୋଡ଼ ଶିବ ମନ୍ଦିର ବୃଷଭଙ୍କୁ ଭକ୍ତି ଓ ଶ୍ରଦ୍ଧାରେ କ୍ଷୀର ପିଆଇଥିବା ଦେଖିବାକୁ ମିଳିଥିଲା । ବିଶେଷ କରି ମହିଳା ଭକ୍ତଙ୍କ ଅଧିକ ଭିଡ ଦୃଶ୍ୟମାନ ହୋଇଥିଲା ।