ଦୀର୍ଘ ୧୨ ବର୍ଷ ପରେ ସଇଁତଲା ରେଡ଼କ୍ରସ ବିଦ୍ୟାଳୟ ପରିଚାଳନା କମିଟି ବୈଠକ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସର ଠାରେ ଦୃଷ୍ଟି ବାଧିତ , ବୈଦ୍ଧିକ ଭିନ୍ନକ୍ଷମ ଓ ଶ୍ରବଣ ବାଧିତ ବିଦ୍ୟାଳୟର ପରିଚାଳନା କମିଟି ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ବଲାଙ୍ଗୀର ଜିଲ୍ଲାପାଳ ତଥା କମିଟିର ଚେୟାରମ୍ୟାନ ଚଞ୍ଚଳ ରଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏହି ପରିଚାଳନା କମିଟିର ବୈଠକ ଦୀର୍ଘ 12 ବର୍ଷ ପରେ ବୈଠକ ହୋଇଥିବାରୁ ସମସ୍ତ କମିଟି ସଦସ୍ୟମାନଙ୍କୁ ଆଶ୍ଚଯ୍ୟ କରିଥିଲା l ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ରଣା କହିଲେ ଯେ ଭିନ୍ନକ୍ଷମ ବିଦ୍ୟାଳର ବୈଠକ ପ୍ରତି 3 ମାସ ଅନୁଷ୍ଠିତ ହେବ , ଏଥିରେ ଦୃଷ୍ଟି ବାଧିତ ବିଦ୍ୟାଳୟ ପାଇଁ 100 ସିଟ , ହଷ୍ଟେଲ, ବିଦ୍ୟାଳୟ ଗୃହ, ଡାଇନିଙ୍ଗ ହଲ , ଶୌଚାଳୟ , ସ୍କୁଲ ପରିସରରେ ଆଲୋକ ବ୍ୟବସ୍ଥା କରିବା , ଗେଟ ସମ୍ମୁଖରେ ଗାର୍ଡ ଗୃହ, ସିସିଟିଭି ଲଗାଇବା ପାଇଁ ବିଡିଓ ଙ୍କୁ ନିର୍ଦେଶ ଦିଆଯାଇଛି l ଏପରିକି ବୈଦ୍ଧିକ ଭିନ୍ନକ୍ଷମ ବିଦ୍ୟାଳୟ ଅନ୍ତଵାସୀଙ୍କ ନିମନ୍ତେ 70 ଗୋଟି ଖଟ ଜିଲ୍ଲା ରେଡ଼କ୍ରସ ଫଣ୍ଡରୁ ଯୋଗାଇ ଦେବା ପାଇଁ ଜିଲ୍ଲା ରେଡ଼କ୍ରସ ସଂଯୋଜିକା ଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l ଶ୍ରବଣ ବାଧିତ ଛାତ୍ରୀ ଅନ୍ତଵାସୀଙ୍କ ପାଇଁ ଅତିରିକ୍ତ ଛାତ୍ରୀ ନିବାସ ଗୃହ ନିର୍ମାଣ କରିବା ପାଇଁ ସଇଁତଲା ବିଡ଼ିଓ ଙ୍କୁ ଜିଲ୍ଲାପାଳ ଶ୍ରୀ ରଣା ଆଦେଶ ଦେଇଛନ୍ତି l ଏହି ବୈଠକରେ ଟିଟିଲାଗଡ଼ ଉପଜିଲ୍ଲାପାଳ ତଥା ପରିଚାଳନା କମିଟିର ଉପାଧ୍ୟକ୍ଷ ଦୟାମୟ ପାଢ଼ୀ , ପିଡିଡ଼ିଆରଡ଼ିଏ ସୁଶାନ୍ତ ସିଂ, ଜିଲ୍ଲା ଶିକ୍ଷା ଅଧୁକାରୀ ଧ୍ରୁବ ଚରଣ ବେହେରା, ଜିଲ୍ଲା ରେଡ଼କ୍ରସ ସଂଯୋଜିକା ଶୁଭସ୍ମିତା ମିଶ୍ର, ଡ଼ିଏସଏସଓ ଘନଶ୍ୟାମ ମୁନ, ସଇଁତଲା ତହସିଲଦାର ମାନସ ଫିଲ କେରକେଟା, ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ , ମେଡିକାଲ ଅଫିସର ସମରେନ୍ଦ୍ର ମହାପାତ୍ର, ବ୍ଲକ ନିର୍ବାହୀ ସହକାରୀ ଯନ୍ତ୍ରୀ ସନ୍ତୋଷ ବେହେରା , ସରପଞ୍ଚ ସୁବ୍ରତ ନାଗ, ଦୃଷ୍ଟି ବାଧିତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବୁଲୁଶ୍ରୀ କମଳାକାନ୍ତ ଶତପଥି, ବୈଦ୍ଧିକ ଭିନ୍ନକ୍ଷମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦେବାନନ୍ଦ ସାହୁ ଓ ଶ୍ରବଣ ବାଧିତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ସଇଁତଲା ବିଡ଼ିଓ ତଥା ଭିନ୍ନକ୍ଷମ ବିଦ୍ୟାଳୟ ସମ୍ପାଦକ ଚନ୍ଦ୍ରମଣି ନାଗ ଧନ୍ୟବାଦ ପ୍ରଦାନ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.