ଗ୍ରାମ୍ୟ କୃଷି କର୍ମଚାରୀଙ୍କ କଳା ବ୍ୟାଚ ପରିଧାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା କୃଷି କର୍ମଚାରୀ ସଂଘ ତଥା ଜିଲ୍ଲା ସଂଘ ର ନିର୍ଦ୍ଦେଶ ମୁତାବକ କଳାହାଣ୍ଡି ଜିଲ୍ଲା ମ,ରାମପୁର ବ୍ଲକ୍ ରେ କାର୍ଯ୍ୟରତ ସମସ୍ତ କୃଷି କର୍ମଚାରୀ କଳା ଵ୍ୟାଚ ପରିଧାନ କରି ପ୍ରତିବାଦ କରିଛନ୍ତି । ଏହି କାର୍ଯ୍ୟକ୍ରମ ଆସନ୍ତା କୋଡ଼ିଏ ତାରିଖ ଯାଏଁ ବିଭିନ୍ନ ଦାବି ଯଥା, ଗ୍ରେଡ ପେ କୁ ୨୦୦୦ ରୁ ୪୨୦୦ କୁ ବୃଦ୍ଧି, ପଦବୀ ର ନାମ ପରିବର୍ତ୍ତନ,କ୍ୟାଡ଼ର ପୁନର୍ଗଠନ, ଠିକା ନିଯୁକ୍ତି ର ଛ ବର୍ଷ କୁ ମୂଳ ଚାକିରୀ ରେ ଗଣନା ପ୍ରମୁଖ ଦାବି ନେଇ କଳା ବ୍ୟାଚା ପରିଧାନ କରିବେ ବୋଲି ଜଣା ଯାଇଛି । ଏହି ଦାବି ଗୁଡ଼ିକ ଯଦି ଚଳିତ ମାସ ସୁଦ୍ଧା ପୂରଣ କରା ନ ଯାଏ ତେବେ ଅଗଷ୍ଟ ପହିଲା ରୁ ସମୂହ ଛୁଟି ରେ ରହିବେ ବୋଲି ମ,ରାମପୁର ବ୍ଲକ୍ ମଦନପୁର ଗ୍ରାମ୍ୟ କୃଷି କର୍ମଚାରୀ ବୁଦ୍ଧ ଦେବ ସାହୁ( ମଦନପୁର), ଅନୀଲ କୁମାର ଦୋରା( କୁମେର ପଟା), ରାଜେନ୍ଦ୍ର ନାରାୟଣ ମାଝୀ,(ଗୌଡ କେଲା ), ନନ୍ଦ ଲାଲ ଭୋଇ ( ସିଂହ ପୁର), ଅମୀୟ ରଞ୍ଜନ ମାଝୀ( ଡମ୍ୱ କର୍ଲା ଖୁଣ୍ଟା) ପ୍ରକାଶ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.