୬ ଦଫା ଦାବି ନେଇ ସଇଁତଲାଠାରେ ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ପକ୍ଷରୁ କଳାବ୍ୟାଚ ପରିଧାନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଠାରେ ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ଏବଂ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ର ଆହ୍ୱାନ କ୍ରମେ ସଇଁତଲା କୃଷି ବିଭାଗ ସଂଗଠନ ତରଫରୁ ୬ ଦଫା ଦାବୀ ନେଇ କଳା ବ୍ୟାଚ୍‌ ପରିଧାନ କରିଛନ୍ତି । ଏଥିରେ ସଇଁତଲା ବ୍ଲକ୍‌ର କର୍ମଚାରୀ ବିପିନ କୁମାର ଦଳେଇ ଙ୍କ ନେତୃତ୍ୱରେ ପରିଧାନ କରିଛନ୍ତି । ଉକ୍ତ ସଂଘର ପ୍ରମୁଖ ଦାବି ଗୁଡ଼ିକ ମଧ୍ୟରେ ପଦବୀ ନାମ ପରିବର୍ତ୍ତନ, ଗ୍ରେଡ ପେ ୨ ହଜାର ଟଙ୍କାରୁ ୪୨ ଶହ ଟଙ୍କାକୁ ବୃଦ୍ଧି, ଚାକିରୀ କାଳ ମଧ୍ୟରେ ପଦୋନ୍ନତି, କମ୍ପ୍ୟୁଟର ଓ ମୋବାଇଲ୍‌ ଖର୍ଚ୍ଚ ପ୍ରଦାନ ଆଦି ଦାବି ଗୁଡିକ ପ୍ରଦାନ କରିଥିବା ଦାବିପତ୍ରରେ ଦର୍ଶାଇଛନ୍ତି । ଚଳିତ ମାସ ୧୪ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ୍‌ ପରିଧାନ କରି ଶାନ୍ତିପୂର୍ଣ୍ଣ ଭାବେ କାର୍ଯ୍ୟ କରିବା ପାଇଁ ସଂଘ ପକ୍ଷରୁ କୁହାଯାଇଛି । ୨୦ ତାରିଖ ସୁଦ୍ଧା ଯଦି ଦାବି ପୂରଣ ନ ହୁଏ ଆସନ୍ତା ମାସ ଅଗଷ୍ଟ ୧ ତାରିଖ ଠାରୁ ସମୂହ ଛୁଟିରେ ରହିବା ସହିତ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେବା ସହିତ ଯାହା କ୍ଷତି ହେବ ସେଥିପାଇଁ ବିଭାଗ ଦାୟୀ ରହିବ ବୋଲି ଚେତାବନୀ ଦେଇଛନ୍ତି । ଏଥିରେ ବିପିନ ଦଳେଇ, କଲ୍ୟାଣୀ ବାଗ, ବବିତା ମେହେର, ବନିତା ବାର୍ଲା, ଅଳକା ସମାଦ, ରାମଜୀ ଗୋପାଳ ଓ ବରଜ ବିଡ଼ିକା ପ୍ରମୁଖ ସାମିଲ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.