ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ଆଶ୍ରମ ସ୍କୁଲ ପରିସରରେ ଜିଲ୍ଲାସ୍ତରୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନେଇ ଚଳିତ ଶିକ୍ଷା ପଦ୍ଧତି ଉପରେ ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ କେନ୍ଦ୍ରୀୟ ଜୋନ ଶିକ୍ଷାମଣ୍ଡଳାଧୀଶ ପାନାମଣି ମୁର୍ମୁ, ଜିଲ୍ଲା ଶିକ୍ଷା ମଣ୍ଡଳାଧୀଶ ନରହରି ଜାନୀ ଓ ବଲାଙ୍ଗୀର ଡ଼ିବ୍ଲୁଓ ଅଲେଖ ବିଶ୍ୱାଳ ପ୍ରମୁଖ ଯୋଗଦାନ କରିଥିଲେ l ଚଳିତ ୨୩-୨୪ ଶିକ୍ଷା ବର୍ଷରେ ଛାତ୍ରଛାତ୍ରୀ ମାନେ ମାଟ୍ରିକ ପରୀକ୍ଷାରେ କେତେ ପ୍ରତିଶତ ନମ୍ବର ରଖି ଉତୀର୍ଣ୍ଣ ହୋଇଥିଲେ, ବିଦ୍ୟାଳୟର ଷ୍ଟାପ ସଂଖ୍ୟା କେତେ ରହିଛନ୍ତି କେଉଁ କେଉଁ ପଦବୀ ଖାଲି ଅଛି, ଛାତ୍ରଛାତ୍ରୀମାନେ ସ୍କୁଲରେ କେତେ ପରିମାଣ ଉପସ୍ଥାପନ ରହୁଅଛି ତାହା ଉପରେ ଆଲୋଚନା ହୋଇଥିଲା l ସେହିପରି ଚଳିତ ବର୍ଷରେ ଛାତ୍ରୀ ଛାତ୍ର ମାନଙ୍କୁ ପୁସ୍ତକ ମିଳିଛି କି ନାହିଁ, ଏହା ସହିତ ଆଗାମୀ ପରୀକ୍ଷା କୋଚିଂ କ୍ଳାସ ଶିକ୍ଷା ପଦ୍ଧତି ବିଷୟରେ ଆଲୋଚନା ହୋଇଥିଲା l ଏଥିରେ ସଇଁତଲା ଆଶ୍ରମସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ନିବେଦିତା ହୋତା, ବଣାଇମୁଣ୍ଡା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜ୍ଞାନମଞ୍ଜୁରୀ ଶିକା, ମାଲପଡା ବିଦ୍ୟାଳୟର ସହକାରୀ ଶିକ୍ଷକ ଅକ୍ଷୟ ଧରୁଆ, ବସନ୍ତ ସାହୁ, ନୂଆଁପଡା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରିତାରାଣୀ ସାହୁ, ଶ୍ରୀରାମ ବିଦ୍ୟାଳୟର ମିତା ଭୋଇ, ସିକେରପଦର ବିଦ୍ୟାଳୟର ନାରାୟଣ ବରିହା, ସାହାଜପାଣାର ଯଦୁମଣି ଭୋଇ, କୁଶମାଲ ବିଦ୍ୟାଳୟର ଗୌରୀଶଙ୍କର ଗହୀର, ରାମପୁର ବିଦ୍ୟାଳୟର ନିତ୍ୟାନନ୍ଦ ରାଉତ, ଋଷୁଡା ବିଦ୍ୟାଳୟର ବିକାଶ ପୁରୋହିତ, ଭାଲେଗା ବିଦ୍ୟାଳୟର ଅଭିମନ୍ୟୁ ପୃଷ୍ଟି, ମୁନାପାଲି ବିଦ୍ୟାଳୟର ଦୟା ସାଗର ପ୍ରଶାୟତ, କପସୀପାଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବିନ୍ଦ କାଳସାଏ, ଗୁଡୁଙ୍ଗମାଲ ଶରତ ପୁରୋହିତ, ବିଡ଼ିଘାଟର ବିଦ୍ୟାଳୟର ବାସୁଦେବ ଦାଶ ଓ ଦୁମ ଦୁମ ବିଦ୍ୟାଳୟର ଆନନ୍ଦ ତ୍ରିପାଠୀଙ୍କ ସମେତ ହାଇସ୍କୁଲ, ସେବାଶ୍ରମ ଓ ଆଶ୍ରମ ବିଦ୍ୟାଳୟର ପ୍ରାୟ ୩୫ ଗୋଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ l