ସୋନପୁର ସହରର ବଡବଜାର ଅଞ୍ଚଳରେ ସ୍ୱତଃ ଏନକ୍ରୋଚମେଣ୍ଟ ହଟାଇଲେ ସ୍ଥାନୀୟ ବାସିନ୍ଦା

ଅଞ୍ଚଳ ଅଧିବାସୀଙ୍କୁ ସାଧୁବାଦ ଜଣାଇଲେ ଜିଲ୍ଲାପାଳ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଗତ ୧୪ ତାରିଖ ସକାଳେ ସୋନପୁର ସହର ର ବିଭିନ୍ନ ୱାର୍ଡ ପରିଦର୍ଶନ କରି ସହର ର ଡ୍ରେନେଜ, ପରିମଳ ତଥା ପିଇବା ପାଣି ବ୍ୟବସ୍ଥାର ସରଜମିନ ନିରୀକ୍ଷଣ କରି ସ୍ଥିତି ର ତୁରନ୍ତ ବ୍ୟବସ୍ଥିତ ପଦକ୍ଷେପ ନେବାକୁ ପୌର ନିର୍ବାହୀ ଅଧିକାରୀ ସୋନପୁରଙ୍କୁ ନିର୍ଦ୍ଦେଶ ଦେଇଥିଲେ l ନିର୍ବାହୀ ଅଧିକାରୀ ପୌରପରିଷଦ ବଡବଜାର ଅଞ୍ଚଳର ମୁଖ୍ୟ ରାସ୍ତାର ଡ୍ରେନ ଉପରେ ଅଥବା ରାସ୍ତାରେ ଯେଉଁମାନେ ଏନକ୍ରୋଚ କରିଥିବା ଘର, ବାଡ଼, ତଥା ସିମେଣ୍ଟ ଢାଙ୍କୁଣୀ ପୂର୍ବକ ଜବରଦଖଲ କରିଥିଲେ ସେମାନଙ୍କୁ ଜବରଦଖଲ ହଟାଇବାକୁ ନୋଟିସ କରାଯାଇଥିଲା l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଗୃହ ମାଳିକମାନେ ରାସ୍ତା, ଡ୍ରେନ ତଥା ପରିମଳ ବ୍ୟବସ୍ଥାର ବାସ୍ତବିକତାକୁ ଅନୁଭବ କରି ଜବରଦଖଲକୁ ସ୍ୱତଃ ମୁକ୍ତ କରିଦେଇଛନ୍ତି l ସ୍ଥାନୀୟ ଅଞ୍ଚଳର ଜନସାଧାରଣ ତଥା ଗୃହ ଓ ଦୋକାନ ମାଲିକଙ୍କ ଦ୍ୱାରା ସ୍ୱତଃ ଜବରଦଖଲ ହଟାଇ ଅଞ୍ଚଳରେ ଏକ ସୁସ୍ଥ ଓ ସ୍ୱାସ୍ଥ୍ୟକର ପରିବେଶ ପାଇଁ ପ୍ରଶାସନକୁ ସହଯୋଗର ହାତ ବଢ଼ାଇଥିବାରୁ ଜିଲ୍ଲାପାଳ ଶ୍ରୀଯୁକ୍ତ ରାୟ ଅଞ୍ଚଳ ଅଧିବାସୀଙ୍କୁ ସାଧୁବାଦ ଜଣାଇଛନ୍ତି l ପୁନଶ୍ଚ ସହରର ଅନ୍ୟ ୱାର୍ଡ ଗୁଡିକରେ ମଧ୍ୟ ଏତାଦୃଶ କାର୍ଯ୍ୟ ନିମନ୍ତେ ଜନସାଧାରଣ ସ୍ୱତଃ ଆଗେଇ ଆସି ଏକ ସ୍ୱଚ୍ଛ ସୁନ୍ଦର ସହର ଗଠନରେ ଭାଗିଦାର ହେବାକୁ ପ୍ରଶାସନ ତରଫରୁ ଆହ୍ୱାନ କରାଯାଇଛି l ସେପଟେ ବଡ଼ବଜାର ଅଞ୍ଚଳର ଅଧିବାସୀମାନେ ବ୍ଯବହାର କରୁଥିବା ମୁଖ୍ୟ ରାସ୍ତା ବଡ଼ବଜାରରୁ ବିଜୁ ପଟ୍ଟନାୟକ ଛକ ଓ ବଡ଼ବଜାରରୁ ବାଳିକା ଉଚ୍ଚ ବିଦ୍ୟାଳୟ ଛକ ରାସ୍ତା ଦୀର୍ଘ ଦିନ ହେଲା ଖାଲ ଖମା ରେ ଭର୍ତ୍ତି ହୋଇଥିବା ସତ୍ତ୍ଵେ ସ୍ଲମ ଏରିଆକୁ ପ୍ରଶାସନର ଅବହେଳା ଅଭିଯୋଗ କରିଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.