ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ସଦର ମହକୁମା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରଠାରେ ଶନିବାର ସଙ୍କୁଳସ୍ତରୀୟ ମାନସାଙ୍କ ପ୍ରସୂନ ଓ ବୈଦିକ ଗଣିତ କର୍ମଶାଳା ଅନୁଷ୍ଠିତ ହୋଇଛି। ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ କୋକସରା ସରସ୍ଵତୀ ଶିଶୁ ମନ୍ଦିରର ସଭାପତି ମିନକେତନ ପ୍ରଧାନୀ ଯୋଗଦେଇ ଥିଲେ। ଜୟପାଟଣା ସରସ୍ଵତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ବିଶ୍ଵ ଜୀବନ ପାଢ଼ୀ, ବିଜମରା ସରସ୍ଵତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ରଘୁନାଥ ଶବର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଏହି କର୍ମଶାଳାରେ ଧର୍ମଗଡ଼ ସରସ୍ଵତୀ ଶିଶୁ ମନ୍ଦିରର ଆଚାର୍ଯ୍ୟ ବଟକୃଷ୍ଣ ପଣ୍ଡା, ଜୟପାଟଣା ଆଚାର୍ଯ୍ୟ ଅଜୟ କୁମାର ପଣ୍ଡା ଓ ମୁଖୀଗୁଡା ଆଚାର୍ଯ୍ୟା ସୁଜାତା ଶତପଥି ପ୍ରଶିକ୍ଷଣ ଭାବେ ଯୋଗଦେଇ ଜୟପାଟଣା ସଙ୍କୁଳର ୯ ଗୋଟି ସରସ୍ଵତୀ ଶିଶୁ ମନ୍ଦିରର ଗଣିତ ଅଧ୍ୟୟନ କରୁଥିବା ଆଚାର୍ଯ୍ୟ ଓ ଆଚାର୍ଯ୍ୟା ମାନଙ୍କୁ ପ୍ରଥମରୁ ଦିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ଏବଂ ଷଷ୍ଠ, ସପ୍ତମ ଓ ଅଷ୍ଟମ ତିନୋଟି ଭାଗରେ ଗଠନ କରି ବୈଦିକ ଗଣିତ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପ୍ରଶିକ୍ଷଣ କର୍ମଶାଳାକୁ କୋକସରା ସରସ୍ଵତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତ ପରିଚାଳନା କରିଥିଲେ। କୋକସରା ସରସ୍ଵତୀ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହି ପରିଚାଳନାରେ ସହଯାଗ କରିଥିଲେ।