ଘର ବାରଣ୍ଡାରେ ଥିବା ବାଇକ୍ ପୋଡିଦେଲେ ଦୁବୃର୍ତ୍ତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଘର ବାରଣ୍ଡାରେ ରଖିଥିବା ଏକ ବାଇକକୁ ବିଲମ୍ବିତ ରାତିରେ କେହି ଦୁବୃର୍ତ୍ତ ଆସି ପୋଡ଼ି ଦେଇଛି। ଫଳରେ ବାଇକଟି ଜଲିଯାଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଏନେଇ କୋକସରା ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, କୋକସରା ଥାନା ଦାବ୍ରିଗୁଡା ଗ୍ରାମର ସୁଦର୍ଶନ ନାଏକଙ୍କ ୟମାହା ଏଫ୍ ଜେଡ ଏମ୍ ବାଇକ ଳକୁ ଶୁକ୍ରବାର ବିଲମ୍ବିତ ରାତିରେ କେହି ଦୁବୃର୍ତ୍ତ ପୋଡ଼ି ଦେଇଛି। ଏନେଇ କୋକସରା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା କୋକସରା ଥାନା ପକ୍ଷରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.