ମେସିନ ଦ୍ବାରା ଅମୃତ ସରୋବରର କାମ ଓ ରୟତି ଜମିରେ ମନରେଗା ପୋଖରୀ ଖନନ ଅଭିଯୋଗ ଉଠାଇଲେ ସମିତି ସଭ୍ୟା 

କାର୍ଯ୍ୟ ସ୍ଥଗିତ ରଖିବା ପାଇଁ ପ୍ରଶାସନର ନିର୍ଦ୍ଦେଶ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସରକାର ମନରେଗା ଯୋଜନା ମାଧ୍ୟରେ ଶ୍ରମିକମାନଙ୍କୁ କର୍ମନିଯୁକ୍ତି ଯୋଗାଇବା ସହ ବ୍ୟକ୍ତିଗତ ଓ ସାମୁହିକ ପ୍ରକଳ୍ପଗୁଡିକ ହାତକୁ ନେଇ ନୂତନ କାର୍ଯ୍ୟ କରାଯିବା ସହିତ ପୁରାତନ କାର୍ଯ୍ୟଗୁଡ଼ିକର ରକ୍ଷଣାବେକ୍ଷଣ ପୁନଃଉଦ୍ଧାର  କରାଯାଉଥିବା ବେଳେ ମନରେଗା କାର୍ଯ୍ୟ ବାରମ୍ବାର ନିୟମ ଉଲଘଂନ ହେଉଥିବା ସହ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଆସୁଅଛି l ତଥାପି ମଧ୍ୟ ପ୍ରଶାସନିକ ଅବହେଳା ଓ ମଧୁଚନ୍ଦ୍ରିକା ମଧ୍ୟରେ ସମସ୍ତ ଅଭିଯୋଗ ଘଣ୍ଟଘୋଡାଇବା ଯୋଗୁଁ ରହିଯାଉଛି l ଯାହା ଫଳରେ ମନରେଗା ଏକ ଦୁର୍ନୀତିଗ୍ରସ୍ତ ପ୍ରକଳ୍ପ ଭାବେ ପରିଚିତ ହୋଇସାରିଲାଣି l ଏପରି ଏକ ଘଟଣା ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ କନ୍ଧକେଲଗାଁ ପଞ୍ଚାୟତରେ ହୋଇଥିବା ଖୋଦ ସ୍ଥାନୀୟ ସମିତି ସଭ୍ୟା ବନିତା ସାହୁ ଲିଖିତ ଅଭିଯୋଗ ଉଠାଇଛନ୍ତି l ଯାହାକୁ ନେଇ ପ୍ରଶାସନିକସ୍ତରରେ ଛନକା ପଶିଥିବା ଚର୍ଚ୍ଚା ଜୋର ଧରିଛି l ଅଭିଯୋଗ ପ୍ରକାଶ ଯେ, କନ୍ଧକେଲଗାଁ ପଞ୍ଚାୟତରେ ଦୀର୍ଘ ଦିନ ହେବ ମନରେଗା ଯୋଜନାରେ ବ୍ୟାପକ ଅର୍ଥ ବ୍ୟୟ କରି ବାହାବା ନେବା ପାଇଁ ଉଦ୍ୟମ କରୁଥିବା ବେଳେ ଅନେକ ଯୋଜନା ଅନିୟମିତତା ହେଉଥିବା ଜନସାଧାରଣଙ୍କ ନଜରକୁ ଆସୁଅଛି l ଏଥିରେ ଉଲ୍ଲେଖ କରାଯାଇଥିବା ପ୍ରକଳ୍ପ ମଧ୍ୟରେ ପଞ୍ଚାୟତର ଜଳିଆଦର୍ହ ଗ୍ରାମରେ ଦେଝାରମୁଣ୍ଡା, ମୁକ୍ତାମୁଣ୍ଡା ପୋଖରୀ ଓ ଅନ୍ଧାରିଖମନ ଠାରେ ନବ ନିର୍ମିତ ପୋଖରୀ ଖନନ କାର୍ଯ୍ୟଟି ସାମୁହିକ ହେଉଥିଲେ ସୁଦ୍ଧା ଏକ ବ୍ୟକ୍ତିଗତ ରୟତି ଜମିରେ ଚଞ୍ଚକତା କରି କାଯ୍ୟ କରାଯାଉ ଥିବା ନଜରକୁ ଆସିଛି l ଯାହା ମନରେଗା ଆଇନର ପରିପନ୍ଥୀ ଅଟେ l ଏହି ଯୋଜନାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେବା ପରେ ସ୍ଥାନୀୟ ସମିତି ସଭ୍ୟା ଶ୍ରୀମତୀ ସାହୁ ଏହାର ତଦନ୍ତ କରିବା ପାଇଁ ବିଡ଼ିଓଙ୍କ ଠାରେ ଅଭିଯୋଗ କରିଛନ୍ତି l ସେହିପରି କନ୍ଧକେଲଗାଁ ତଳିବନ୍ଧରେ ମନରେଗା ଯୋଜନାରେସାମିଲ କରାଯାଇଥିବା ଅମୃତ ସରୋବର ର ଉନ୍ନତିକରଣ କାଯ୍ୟ ପାଇଁ ଜେସିପି ମେସିନ ଓ ଟ୍ରାକ୍ଟର ସହାୟତାରେ କାଯ୍ୟ ହେଉଥିବାକୁ ନେଇ ଶ୍ରୀମତୀ ସାହୁ ଅଭିଯୋଗ ଉଠାଇନ୍ତି l ଏହାଦ୍ୱାରା ନକଲି ଶ୍ରମିକମାନଙ୍କ ନାମରେ ମଷ୍ଟର ରୋଲ ତିଆରି କରି ମୋଟା ଅଙ୍କର ଅର୍ଥ ଉଠାଣ କରି ଆତ୍ମସାତ ହେଉଥିବା ଅଭିଯୋଗ କରିଛନ୍ତି l ଏ ନେଇ ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗଙ୍କୁ ପଚାରିବାରୁ ଉକ୍ତ କାର୍ଯ୍ୟକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଏହାର ତଦନ୍ତ କରାଯିବ ବୋଲି ପ୍ରକାଶ କରିଥିଲେ l ଯାହାକୁ ନେଇ ବର୍ତମାନ କନିଷ୍ଠ ଯନ୍ତ୍ରୀ, ଜିଆରଏସ ଓ କାଯ୍ୟନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଛନକା ପଶିଥିବା ଚର୍ଚ୍ଚା ହେଉଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.