ଲାଞ୍ଜିଗଡ ବ୍ଳକର ୮ ଗୋଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଲେ ୧୩୨୫ ଜଣ ପରୀକ୍ଷାର୍ଥୀ, ଅନୁପସ୍ଥିତ ଥିଲେ ୩୯ ଜଣ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକର ୮ ଗୋଟି ପରୀକ୍ଷା କେନ୍ଦ୍ରରେ ଗୁରୁବାର ମାଟ୍ରିକ ପରୀକ୍ଷା ଦେଲେ ୧୩୨୫ ଜଣ ଛାତ୍ର ଛାତ୍ରୀ ଅନୁପସ୍ଥିତି ୩୯। କପି ରୋକିବାକୁ ନୂଆ ଫର୍ମୁଲା ସ୍ୱରୂପ ଦେଢଘଣ୍ଟା ପୂର୍ବରୁ ପରୀକ୍ଷା ହଲକୁ ଯାଇଥିଲେ ପରୀକ୍ଷାର୍ଥୀ। ଅର୍ଥାତ ସକାଳ ୯ଟାରେ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ସାଢ଼େ ୭ଟାରେ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ହଲକୁ ଛଡାଯାଇଥିଲା। ଲାଞ୍ଜିଗଡ ବ୍ଲକର ୮ ଗୋଟି ପରୀକ୍ଷା କେନ୍ଦ୍ର ମଧ୍ୟରେ ବିଶ୍ୱନାଥପୁର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଲାଞ୍ଜିଗଡ , ପୋଖରିବନ୍ଧ ଓ ଲାଞ୍ଜିଗଡ଼ ରୋଡ ଉଚ୍ଚ ବିଦ୍ୟାଳୟର ୧୮୩ ଜଣ ଛାତ୍ରଛାତ୍ରୀ, ଲାଞ୍ଜିଗଡ ଉଚ୍ଚ ବିଦ୍ୟାଳୟରେ ୧୬୭ ଜଣ ଛାତ୍ରଛାତ୍ରୀ, ଲାଞ୍ଜିଗଡ ଏସଏସଡି ଉଚ୍ଚ ବିଦ୍ୟାଳୟରେ ୨୬୪ ଜଣ ଛାତ୍ର ଛାତ୍ରୀ, ଲାଞ୍ଜିଗଡ ରୋଡ ଉଚ୍ଚ ବିଦ୍ୟାଳୟରେ ୧୪୪ ଜଣ ଛାତ୍ର ଛାତ୍ରୀ, ବେନଗାଁ ଉଚ୍ଚ ବିଦ୍ୟାଳୟରେ ୧୧୬ ଜଣ ଛାତ୍ରଛାତ୍ରୀ, ମୂଷାନାଳ ଉଚ୍ଚ ବିଦ୍ୟାଳୟରେ ୧୧୫ ଜଣ ଛାତ୍ରଛାତ୍ରୀ, ମଧୁପୁର ଉଚ୍ଚ ବିଦ୍ୟାଳୟରେ ୧୯୨ ଜଣ ଛାତ୍ର ଛାତ୍ରୀ ଏବଂ ଯୋଡ଼ାବନ୍ଧ ଉଚ୍ଚ ବିଦ୍ୟାଳୟରେ ୧୮୩ ଜଣ ଛାତ୍ରଛାତ୍ରୀ ସମେତ ମୋଟ ୧୩୬୪ ଜଣ ପରୀକ୍ଷାର୍ଥୀଙ୍କ କେନ୍ଦ୍ର ଚୟନ ହୋଇଥିଲା। ଶୁକ୍ରବାର ପ୍ରଥମ ଦିନରେ ଓଡ଼ିଆ ପରୀକ୍ଷା ଥିବାବେଳେ ୧୩୬୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୩୨୫ ଜଣ ପରୀକ୍ଷା ଦେଇଥିବା ବେଳେ କୌଣସି କାରଣରୁ ୩୯ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ଲାଞ୍ଜିଗଡ଼ ବ୍ଲକର ୮ ଗୋଟି ପରୀକ୍ଷା କେନ୍ଦ୍ରର ନୋଡାଲ ସେଣ୍ଟର ଭାବେ ବିଶ୍ୱନାଥପୁର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ, କରା ଯାଇଥିବା ବେଳେ ନୋଡାଲ ଅଫିସର ଭାବେ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର, ଲାଞ୍ଜିଗଡ ତହସିଲଦାର ବନମାଳୀ ମେହେର ଏବଂ ଶିକ୍ଷା ବିଭାଗ ବିଇଓ ରୁଷିଆ ମେହେର ଦାୟିତ୍ୱରେ ଥିବା ବେଳେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ୨୪ ଘଣ୍ଟିଆ ପୋଲିସ ପହରା ଦେଉଥିବା ଲାଞ୍ଜିଗଡ଼ ଶିକ୍ଷା ବିଭାଗ ବିଇଓ ରୁଷିଆ ମେହେରଙ୍କ ଠାରୁ ସୂଚନା ମିଳିଛି। ଏହି ପରୀକ୍ଷା କେନ୍ଦ୍ର ଗୁଡ଼ିକର ସୁରକ୍ଷାକୁ ଦୃଷ୍ଟିରେ ରଖି ଲାଞ୍ଜିଗଡ଼, ବିଶ୍ୱନାଥପୁର, ବିଜେପୁର ଏବଂ ସିକେରକୁପା ପୋଲିସ ପକ୍ଷରୁ ପୋଲିସ କର୍ମଚାରୀ ଏବଂ ପୋଲିସ ବଳ ମୁତୟନ କରଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.