ଲାଞ୍ଜିଗଡରୋଡ ପଞ୍ଚାୟତକୁ ୯୬ ଘଣ୍ଟା ସଟ୍ ଡାଉନ୍ ଘୋଷଣା କଲେ ସରପଞ୍ଚ

ଲାଞ୍ଜିଗଡ,୨୯/୭: ବ୍ଲକର ଲାଞ୍ଜିଗଡରୋଡ଼ ପଞ୍ଚାୟତରକୁ ୯୬ ଘଣ୍ଟା ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ ଟଙ୍କଧର ମାଝୀ । ଲାଞ୍ଜିଗଡରୋଡ଼ ପଞ୍ଚାୟତ ପକ୍ଷରୁ ଜାରି ହୋଇଥିବା ପତ୍ର ସଂଖ୍ୟା ୧୦୬ ତା- ୨୯/୭/୨୦୨୦ ରିଖ ରେ ଉଲ୍ଲେଖ ରହିଛି ଯେ, ପଞ୍ଚାୟତର ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରେ ରଖି ଜୁଲାଇ ୩୦ ତାରିଖ ଗୁରୁବାର ସକାଳ ୬ ଘଣ୍ଟା ଠାରୁ ସୋମବାର ୬ ଘଣ୍ଟା ପର୍ଯ୍ୟନ୍ତ ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି । କେବଳ ସ୍ବାସ୍ଥ୍ୟ ସମନ୍ଧିୟ ସେବାକୁ ଏହି ବନ୍ଦରୁ ବାଦ ଦିଆଯିବ ।

ସୂଚନାଯୋଗ୍ୟ, ପଡୋଶୀ ରାୟଗଡା ଜିଲ୍ଲାରେ ତଥା କଳାହାଣ୍ଡି ଜିଲ୍ଲାରେ କରୋନା ପଜିଟିଭ୍ ମାମଲା ଦିନକୁ ଦିନ ବଢି ଚାଲିଥିବା ଯୋଗୁଁ ଲାଞ୍ଜିଗଡ଼ ବ୍ଲକର ଅନେକ ପଞ୍ଚାୟତ ସମୟକ୍ରମେ ସଟଡାଉନରେ ରହୁଛି । ବୁଧବାର ଲାଞ୍ଜିଗଡରୋଡ଼ ରେଲୱେ ଷ୍ଟେସନର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ସରପଞ୍ଚ ଏହି ପଦକ୍ଷେପ ନେଇଥିବା ଜଣାଯାଏ ।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.