ଜୟଦୂର୍ଗା ଉଚ୍ଚ ବିଦ୍ୟାଳୟର ୧୯୯୫-୯୬ ବର୍ଷ ଛାତ୍ରଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ

କଳାହାଣ୍ଡି : ଜାରିଂ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚେରମହୁଲ ଆମ୍ବଝରଣଠାରେ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟ ନାନ୍ଦୋଲର ୧୯୯୫-୯୬ ଶିକ୍ଷାବର୍ଷର ଦଶମ ଶ୍ରେଣୀ ଛାତ୍ରଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପୂର୍ବତନ ଛାତ୍ର ଶ୍ରୀ ବୃଷଭ ଗୁଆଙ୍କ ଆବାହକତ୍ୱ କ୍ରମେ ଉକ୍ତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଦୂରଦୂରାନ୍ତରୁ ୩୫ ଜଣ ଛାତ୍ର ଏକତ୍ରିତ ହୋଇ ବିଗତ ୨୪ ବର୍ଷର ହଜିଲା ଅତୀତକୁ ପୁଣିଥରେ ଉଜ୍ଜୀବିତ କରିବା ପାଇଁ ପ୍ରୟାସ କରିଥିଲେ। ଅଧ୍ୟୟନରତ ଥିବା ଦିନର ସେହି ବନ୍ଧୁତ୍ବପୂର୍ଣ୍ଣ ହସଖୁସିର କାହାଣୀ, ପରସ୍ପର ମଧ୍ୟରେ ଥିବା ହସକାନ୍ଦଭରା ମାନ ଅଭିମାନ, ବିଦ୍ୟାଳୟର ସବୁଜଭରା ପରିବେଶ ଓ ଶିକ୍ଷକମାନଙ୍କ ଅନୁଶାସନ ସମ୍ପର୍କରେ ଅନେକ ଛାତ୍ର ଆବେଗଭରା କଣ୍ଠରେ ଉପସ୍ଥାପନ କରିଥିଲେ ।

Omkar Vasthu
Omkar Vasthu


ବନ୍ଧୁ ମିଳନ କାର୍ଯ୍ୟକ୍ରମର କାର୍ଯ୍ୟସୂଚୀ ଅନୁଯାୟୀ ଆଗାମୀ ଦିନରେ କିଭଳି ଏ ବନ୍ଧୁତ୍ୱ ଆହୁରି ସୁଦୃଢ ରହିବ ସେଥିପ୍ରତି ମଧ୍ୟ ସଜାଗ ରହିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଆଗାମୀ ଦିନ ମାନଙ୍କରେ ସମସ୍ତ ସାଙ୍ଗ ଏକତ୍ରିତ ହୋଇ ଶିକ୍ଷା ଓ ସାମାଜିକ ବିକାଶ କାର୍ଯ୍ୟ କରିବା ପାଇଁ ଯୋଜନା କରିଥିଲେ। ସ୍ଵେଚ୍ଛାକୃତ ରକ୍ତଦାନ, ବୃକ୍ଷ ରୋପଣ, ବିଭିନ୍ନ ଯୋଜନା ଓ ସ୍ଵାସ୍ଥ୍ୟ ସମ୍ପର୍କିତ ସଚେତନତା କାର୍ଯ୍ୟରେ ସହଯୋଗ କରିବା ପାଇଁ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ନିଷ୍ପତି ନେଇଥିଲେ।

Pearl dental clinic
Near Ashish Medical Store, Bhawanipatna


ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ଛାତ୍ର ସାନୂଜ ଗୁଆ, ସଞ୍ଜୀବ ଶତପଥୀ, ସୁଦାମ ସାହୁ, ବୈଷ୍ଣବ ମାଝୀ, ଅଲେଖ ଚଣ୍ଡି, ଅର୍ଜୁନସାହୁ, ଲାବନ୍ୟରଣା, କେଶବଭୋଇ, ସୁରେଶସାହୁ, ନିରଞ୍ଜନ ସୁନାନୀ, ଘେନୁଦୂର୍ଗା, ଗୋପାଳ ବିଶ୍ବାଳ, ପଦ୍ମଲୋଚନ ରଣା, ଦୂର୍ୟାଧନ ସାହୁ, ଡମ୍ବରୁ ସିଂ, ବିଜୟ ଶବର, ଯୁଥେଷ୍ଠି ଚଲାନ, ଗୋପିଭୋଇ, ପ୍ରଶାନ୍ତଚଣ୍ଡି, ମଳୟ ଗଡତିଆ, ଲଳିତ ଗଡତିଆ, ଡୋଲାମଣି ସାହୁ, ବୈବସୁତ ମହାନନ୍ଦ, ସୁରେନ୍ଦ୍ର ସେଠୀ, ଦିଗାମ୍ବର ଭୋଇ ପ୍ରମୁଖ ଯୋଗ ଦେଇଥିଲେ।
ପରିଶେଷରେ ଅଖିଳ ଚନ୍ଦ୍ର ସା ଧନ୍ୟବାଦ ଅର୍ପଣ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.