୨୮ ନଂ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ସଞ୍ଚୟ ସେଠୀଙ୍କ ବିଜେଡିକୁ ଘରବାହୁଡ଼ା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ୨୮ ନଂ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ସଞ୍ଚୟ ସେଠୀ ପୁଣିଥରେ ବିଜୁ ଜନତା ଦଳ (ବିଜେଡି)କୁ ଫେରିଛନ୍ତି। ରବିବାର ସଦର ନିର୍ବାଚନମଣ୍ଡଳୀ ପକ୍ଷରୁ ଆୟୋଜିତ ସାଂଗଠନିକ ବୈଠକରେ ତାଙ୍କର ଦଳକୁ ଘରବାହୁଡ଼ା ହୋଇଥିଲା।ସ୍ଥାନୀୟ ବ୍ରିଟ୍ କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ସଦର ବିଧାୟକ ଜୀବନ ପ୍ରଦୀପ ଦାସ, ସଦର ନିର୍ବାଚନମଣ୍ଡଳୀ ନେତା ତଥା ପୂର୍ବତନ ବିଧାୟକ ସ୍ୱରୂପ କୁମାର ଦାସ, ସଦର ବ୍ଲକ୍ ସଭାପତି ବସନ୍ତ କୁମାର ପଣ୍ଡା, ଟାଉନ୍ ସଭାପତି ମନୋଜ କୁମାର ରାଉତଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ। ଏହି ଅବସରରେ ଦଳୀୟ ନେତୃବୃନ୍ଦ ଶ୍ରୀ ସେଠୀଙ୍କୁ ପୁଷ୍ପଗୁଚ୍ଛ ଓ ଦଳୀୟ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ। ନିଜ ମତ ରଖି ଶ୍ରୀ ସେଠୀ କହିଥିଲେ ଯେ, ବିଜେପିରେ ଯୋଗଦେବା ଦିନଟି ତାଙ୍କ ଜୀବନର ଏକ କଳା ଦିବସ ଥିଲା। ସେଠାରେ ସେ ନିଜକୁ ଅଣନିଶ୍ୱାସୀ ଅନୁଭବ କରୁଥିଲେ। ତେଣୁ ସଦର ନିର୍ବାଚନମଣ୍ଡଳୀ ନେତା ସ୍ୱରୂପ କୁମାର ଦାସଙ୍କ ନେତୃତ୍ୱରେ ବିଜେଡି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ କାମ କରିବାର ସଂକଳ୍ପ ନେଇ ସେ ପୁଣି ଦଳକୁ ଫେରିଥିବା ପ୍ରକାଶ କରିଥିଲେ। ତାଙ୍କର ଏହି ଘରବାହୁଡ଼ାକୁ ସଦର ବିଜେଡି ସଂଗଠନ ପାଇଁ ଏକ ଉଲ୍ଲେଖନୀୟ ଘଟଣା ଭାବେ ଦଳୀୟ ନେତାମାନେ ଅଭିହିତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.