ସଂଗ୍ରାମ କେଶରୀ ପାଇଲେ ଜାତୀୟ ତୁଳସୀ ସମ୍ମାନ

କଟକ: ଗ୍ରୀନ ଇଣ୍ଡିଆ ପରିବାର ରିସର୍ଚ୍ଚ ଫାଉଣ୍ଡେସନ ଜାତୀୟ ସ୍ତରରେ ତୁଳସୀ ସମ୍ମାନ ଘୋଷଣା କରିଛନ୍ତି । ଓଡ଼ିଶାର ସଭାପତି ସଂଗ୍ରାମ କେଶରୀ ସାମନ୍ତରାୟ ତୁଳସୀ ବୃକ୍ଷ ରୋପଣ କରିବାକୁ ଜନ ସଚେତନତା ସୃଷ୍ଟି କରି ଜାତୀୟ ତୁଳସୀ ବ୍ୟକ୍ତିତ୍ଵ ସମ୍ମାନ ୨୦୨୦ ଲାଭ କରିଛନ୍ତି ।

Omkar Vasthu
Omkar Vasthu


ସଂଗ୍ରାମ କେଶରୀ ସାମନ୍ତରାୟ ସମ୍ପ୍ରତି ଓଡ଼ିଶା ଅର୍ଥ ସେବାର ବରିଷ୍ଠ ଅଧିକାରୀ ରୂପେ ଓୟୁଏଟି ଭୁବନେଶ୍ୱର ଠାରେ କାର୍ଯ୍ୟରତ ।ଗ୍ରୀନ ଇଣ୍ଡିଆ ପରିବାର ରିସର୍ଚ୍ଚ ଫାଉଣ୍ଡେସନର ଜାତୀୟ ସଭାପତି ନୀରଜ ଗୁପ୍ତା ଓଡ଼ିଶାରେ ଚାଲିଥିବା ତୁଳସୀ ବୃକ୍ଷ ରୋପଣ ଉପରେ ସଚେତନତା କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ଓଡ଼ିଶା ରେ ଏହି ଅନୁଷ୍ଠାନ ଦଶଗୋଟି ଜିଲ୍ଲାରେ ତୁଳସୀ ବୃକ୍ଷ ରୋପଣ ଉପରେ ଜନ ସଚେତନତା ସୃଷ୍ଟି କରି ପାରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna


ସଂଗ୍ରାମ କେଶରୀ ସାମନ୍ତରାୟ ତୁଳସୀ ଗଛର ଉପାଦେୟତା ଉପରେ ସୃଷ୍ଟି କରିଥିବା ଜନ ସଚେତନତାକୁ ପ୍ରଶଂସା ପୂର୍ବକ ଜାତୀୟ ତୁଳସୀ ବ୍ୟକ୍ତିତ୍ଵ ସମ୍ମାନ ପ୍ରଦାନ କରାଯାଇଛି । ଭଗବାନଙ୍କ ପୂଜାର୍ଚ୍ଚନା ସହିତ ଏହାର ଔଷଧୀୟ ଗୁଣ ପାଇଁ ଏହାର ବହୁଳ ରୋପଣ ଏବଂ ଯତ୍ନ ଉପରେ ସାମନ୍ତରାୟ ଗୁରୁତ୍ବ ଦେଇଥିଲେ ।

Udyog Nursery
Udyogi Nursery


ଓଡ଼ିଆ ଚଉରା ଏବଂ ଓଡ଼ିଆ ସଂସ୍କୃତି ତୁଳସୀ ବୃକ୍ଷ ସହିତ ଜଡିତ । ତୁଳସୀ ବୃକ୍ଷ ରୋପଣ ପରିବେଶ ଶୁଦ୍ଧତା ଏବଂ ମାନସିକ ଶୁଦ୍ଧତାକୁ ବହନ କରିଥାଏ ବୋଲି ସାମନ୍ତରାୟ ମତବ୍ୟକ୍ତ କରିଥିଲେ । ତୁଳସୀ ବ୍ୟକ୍ତିତ୍ଵ ସମ୍ମାନ ୨୦୨୦ ପାଇବା ପରେ ବନ୍ଧୁ ପରିଜନ, ସହକର୍ମୀ ଏବଂ ପଡୋଶୀ ମାନେ ଅତ୍ୟନ୍ତ ଆନନ୍ଦିତ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.