ଜିଲ୍ଲା ସ୍ତରୀୟ ସାରସ୍ୱତ ସଭା ତଥା ବନ୍ଧୁମିଳନ ଉତ୍ସବ

ବାଲେଶ୍ଵର: ୨୦୨୦ ମସିହାକୁ ବିଦାୟ ଦେବା ପାଇଁ ସାହିତ୍ୟିକ କବି ବନ୍ଧୁ ପରିବାର ତରଫରୁ ବାଲେଶ୍ଵର ଜିଲ୍ଲାର ସାରସ୍ଵତ ସ୍ରଷ୍ଟା ମାନଙ୍କୁ ନେଇ ବନ୍ଧୁମିଳନ, ସାରସ୍ୱତ ଆଲୋଚନା ଚକ୍ର ତଥା କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଶ୍ରୀଯୁକ୍ତ ବିପିନ ବିହାରୀ ବାରିକଙ୍କର ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅନ୍ତରାଷ୍ଟ୍ରୀୟ ସ୍ତରରେ ସୁଖ୍ୟାତି ଅର୍ଜନ କରିଥିବା ବାଲେଶ୍ବରର ଚିତ୍ରଶିଳ୍ପୀ କେଶୁଦାସ ସାହିତ୍ୟର ବିଭିନ୍ନ ଦିଗ ବିଷୟରେ ସବିଶେଷ ଆଲୋଚନା କରିଥିଲେ।

Omkar Vasthu
Omkar Vasthu


ସମ୍ମାନୀତ ଅତିଥି ଭାବରେ ଫକୀରମୋହନ ସାହିତ୍ୟ ପରିଷଦର ସମ୍ପାଦକ ଡ. କୁମାର ଗୋପାଲ ଆମର ଭାଷା ସାହିତ୍ୟର ଉଜ୍ଜଳ ଭବିଷ୍ୟତ ତଥା ଓଡ଼ିଆ ଭାଷା ବିଶ୍ଵର କୋଣ ଅନୁକୋଣରେ ଥିବା ସବୁ ଭାଷା ଭାଷୀର ଲୋକ ପଢିପାରିବା ଭଳି ବ୍ୟବସ୍ଥା ହେବା ପାଇଁ ପ୍ରଶାସନ ପାଖରେ ସମସ୍ତେ ଅବଗତ କରାଇବା ପାଇଁ ପ୍ରସ୍ତାବ ରଖିଥିଲେ। ମୁଖ୍ୟବକ୍ତା ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ମିଶ୍ର ସମ୍ମାନ ପଛରେ ନୁହେଁ ବରଂ ସୁସାହିତ୍ୟ ସୃଷ୍ଟି କରି ସମାଜ କଲ୍ୟାଣ ପାଇଁ ଚେଷ୍ଟିତ ହେବାକୁ ସାହିତ୍ୟିକ ମାନଙ୍କୁ ସୁପରାମର୍ଶ ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna


ସାହିତ୍ୟିକ କବି ବନ୍ଧୁ ପରିବାର ତରଫରୁ ସାହିତ୍ୟ ଓ ସମାଜ ସେବା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଡ. କୁମାର ଗୋପାଲ, ପ୍ରଦୀପ୍ତ କୁମାର ମିଶ୍ର, ଜୁମରନାଥ ପାତ୍ର, ସ୍ନିଗ୍ଧା ସାମନ୍ତରାୟ, ସୁଧାକର ସେଠୀ ପ୍ରମୁଖ ପାଞ୍ଚଜଣ ବାଗ୍ମୀ ସ୍ରଷ୍ଟାଙ୍କୁ ଉତ୍ତରୀୟ ଓ ପ୍ରେରଣା ପତ୍ର ଦେଇ ସମ୍ପାଦିକା ପ୍ରଣତି ମହାପାତ୍ର ଏବଂ ମୁଖ୍ୟ ଅତିଥି କେଶୁଦାସ ସମ୍ବର୍ଦ୍ଧିତ କରଥିଲେ। ଶ୍ରୀଯୁକ୍ତ ମଧୁସୂଦନ ମିଶ୍ର ଶୀତ ଆସରରେ ଖୁବ ସୁନ୍ଦର ଭାବରେ କବିତା ସଂଯୋଜନା କରିଥିଲେ। ଏବଂ ତିରିଶରୁ ଉର୍ଦ୍ଧ୍ବ କବି /ସ୍ରଷ୍ଟାଙ୍କ ଅବଗତି ନିମନ୍ତେ ସମ୍ପାଦିକା ପ୍ରଣତି ମହାପାତ୍ର ପରିବାରର ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ସଂକ୍ଷିପ୍ତ ବିବରଣୀ ରଖିଥିଲେ।

Udyog Nursery
Udyogi Nursery

ଉକ୍ତ ଉତ୍ସବରେ ସମର ବଲ୍ଲଭ ଭୋଇ, ସୁଧାକର ସେଠୀ, ମହମ୍ମଦ ଇନାୟତ ଅଲ୍ଲୀ ଖାଁ, ସୁବାସ ସ୍ବାଇଁ, ହରେରାମ ଦାସ, ରାଜେନ୍ଦ୍ର ଗିରି, ପ୍ରଦୀପ୍ତ ମିଶ୍ର, ଜୁମରନାଥ ପାତ୍ର, ଡ. କୁମାର ଗୋପାଲ, ବାସୁଦେବ ସାହୁ, ଗଜେନ୍ଦ୍ର ପ୍ରସାଦ ମହାନ୍ତି, ସୁବ୍ରତା ମହାନ୍ତି, କଲ୍ୟାଣୀ ନନ୍ଦ, କେଶୁଦାସ, ଉଷାରାଣୀ ଦାସ,ମନୋରମା ବାରିକ, ସ୍ନିଗ୍ଧା ସାମନ୍ତରାୟ, ପ୍ରଫୁଲ୍ଲ କୁମାର ଦାସ, ବିପିନ ବିହାରୀ ବାରିକ, ପ୍ରଣତି ମହାପାତ୍ର, ପ୍ରବୀର କୁମାର କମିଳାଙ୍କ ଭଳି ସାହିତ୍ୟିକମାନେ ନିଜର ସ୍ଵରଚିତ ସୃଷ୍ଟି ମାନ ପାଠ କରିଥିଲେ।ସୁସାହିତ୍ୟିକ ତଥା ଅଧ୍ୟାପକ ଶ୍ରୀଯୁକ୍ତ ଗଜେନ୍ଦ୍ର ପ୍ରସାଦ ମହାନ୍ତି କବିତା ଗୁଡିକ ସମୀକ୍ଷା କରିବା ସହ ଗଠନମୂଳକ ମତାମତ ଓ ଆଜିକାଲିର ସାହିତ୍ୟ ରଚନା ଉପରେ ସୁପରାମର୍ଶ ଦେଇଥିଲେ।ଅତିଥି ବନ୍ଧୁମାନେ ସାହିତ୍ୟିକ କବି ବନ୍ଧୁ ପରିବାରର ଆଭିମୁଖ୍ୟକୁ ପ୍ରଶଂସା କରିବା ସହ ପରିବାରର ଉତରୋତ୍ତର ଉନ୍ନତି କାମନା କରିଥିଲେ। ଶେଷରେ ଯୁବକବି ରାଜେନ୍ଦ୍ର କୁମାର ଗିରି ଅତିଥି ମାନଙ୍କୁ ଧନ୍ୟବାଦ ଦେଇଥିଲେ ଓ ସଭାପତି ବିପିନ ବିହାରୀ ବାରିକଙ୍କ ସହମତିରେ ସଭାକାର୍ଯ୍ୟ ସାଙ୍ଗ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.