କୋରାପୁଟ: ବଣ ପାହାଡ଼ ଘେରା କୋରାପୁଟ ଜିଲ୍ଲାର ସଦର ମହକୁମା ଠାରୁ ୧୦ କିମି ଦୂରରେ ରହିଛି ଦେଓଘାଟି ଅନୁସୂଚିତ ଜାତି ଏବଂ ଜନଜାତି ଉଚ୍ଚ ବିଦ୍ୟାଳୟ। ଏହି ବିଦ୍ୟାଳୟଟି ୧୯୯୨ ମସିହା ସ୍ଥାପିତ ହେବା ପର ଠାରୁ ୨୦୨୦ ମସିହା ପର୍ଯ୍ୟନ୍ତ ପ୍ରାୟ ଦୀର୍ଘ ୨୮ ବର୍ଷ ହେବ ଅବହେଳିତ ଅବସ୍ଥାରେ ପଡି ରହିଥିଲା। କିନ୍ତୁ ଏହି ବିଦ୍ୟାଳୟର ବର୍ତ୍ତମାନ ପ୍ରଧାନ ଶିକ୍ଷକ ଥିବା ଶ୍ରୀଯୁକ୍ତ ହରେକୃଷ୍ଣ ମାଝୀ ଆସିବା ପରେ ବିଦ୍ୟାଳୟର ଅଗ୍ରଗତି ପାଇଁ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମକୁ ହାତକୁ ନେଇ ସ୍କୁଲର ଯଥାଵିଧି ଉନ୍ନତି ପାଇଁ ଅହରହ ଉଦ୍ୟମ ଜାରି ରଖିଥିବା ଦୃଶ୍ୟମାନ ହୋଇଅଛି ଏବଂ ଉକ୍ତ ବିଦ୍ୟାଳୟ ଆଗାମୀ ଦିନରେ ଏକ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ମାନ୍ୟତା ପ୍ରାପ୍ତି ତଥା ସ୍ଥାନୀୟ ଅଂଚଳର ଏକ ଆଦର୍ଶ ବିଦ୍ୟାଳୟ ଭାବରେ ପରିଗଣିତ କରିବାକୁ ଶ୍ରୀଯୁକ୍ତ ମାଝୀ ଅନବରତ ସଂଗ୍ରାମ ଜାରି ରଖି ଆସୁଅଛନ୍ତି। ଗୋଟିଏ ଆଦିବାସୀ ପରିବାରରୁ ଜନ୍ମିତ ଶ୍ରୀଯୁକ୍ତ ମାଝୀ ନିଜର ସର୍ବସ୍ବ ଛାଡି ଯଥେଷ୍ଟ ସମୟ ଏହି ଆଦିବାସୀ ଜନ ଜାତିଙ୍କ ଶିକ୍ଷାର୍ଥୀଙ୍କ ଭବିଷ୍ୟତ ଗଢିବାରେ ନିରନ୍ତର ପ୍ରୟାସ ଜାରି ରଖିଅଛନ୍ତି। ଦୀର୍ଘ ୨୮ ବର୍ଷ ବ୍ୟବଧାନ ମଧ୍ୟରେ ଏହି ବିଦ୍ୟାଳୟର ପଠନରତ ବିଭିନ୍ନ ଶିକ୍ଷାର୍ଥୀ ଆଜି ଦେଶ ବିଦେଶରେ ଚାକିରୀ ପାଇ ବେଶ ସୁନାମ ମଧ୍ୟ ଅର୍ଜନ କରିଥିବା ଖବର ମିଳିଅଛି। ଏହି ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ପ୍ରୟାସ ଜାରି ରହିଅଛି। ବର୍ତ୍ତମାନ ପର୍ଯ୍ୟନ୍ତ ବିଦ୍ୟାଳୟ ଭିତ୍ତିଭୂମିକୁ ସଜାଡ଼ିବାକୁ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଣ୍ଟା ଭିଡ଼ିଅଛନ୍ତି। ବୟସର ଅପରାହ୍ନରେ ଶ୍ରୀଯୁକ୍ତ ମାଝୀ ଏକ ବିରଳ ବ୍ୟକ୍ତିତ୍ୱ ଯାହା କି ସ୍କୁଲର ଅନ୍ୟ ଶିକ୍ଷକଙ୍କୁ ବେଶ ଅନୁପ୍ରାଣିତ କରିଅଛି। ଆଜିର ଦିନରେ ଶ୍ରୀଯୁକ୍ତ ମାଝୀ ନିଜ ପରିବାର ସର୍ବସ୍ବ ଛାଡି ପିଲାଙ୍କୁ ପାଠ ପଢେଇବା ସହ ଅନ୍ୟାନ୍ୟ ବିଦ୍ୟାଳୟ ଭିତ୍ତିଭୂମିର ବିକାଶ ପାଇଁ ଅହରହ କାର୍ଯ୍ୟ କରିବା ବିଦ୍ୟାଳୟର ଅନ୍ୟ ଶିକ୍ଷକ ଏବଂ ପିଲାଙ୍କୁ ଆଶ୍ଚର୍ଯ୍ୟଚକିତ କରିଅଛି। ବିଦ୍ୟାଳୟ ପରିସର ମଧ୍ୟରେ ବିଭିନ୍ନ ପ୍ରଜାତିର ଫୁଲ, ଫଳ ସାଙ୍ଗକୁ ବିଭିନ୍ନ ଚିତ୍ରକଳା ମାଧ୍ୟମରେ ପଥର ଦେହରେ ବିଭିନ୍ନ ପ୍ରଜାତି ପଶୁପକ୍ଷୀଙ୍କ ଚିତ୍ର ଆଙ୍କି ଜୀବନ୍ତ ରୂପ ପ୍ରଦାନ କରାଯାଇଅଛି ଏବଂ ପରିସର ମଧ୍ୟରେ ସ୍ଥାନେ ସ୍ଥାନେ କୋରାପୁଟର ଉପାନ୍ତ ଅଂଚଳରେ ବାସ କରୁଥିବା ଆଦିବାସୀଙ୍କ ପ୍ରତିମୂର୍ତ୍ତି ଚିତ୍ର ବହୁ ଚିତ୍ତାକର୍ଷକ ଉଦୀୟମାନ ହେଉଅଛି। ସ୍ଥାନୀୟ ଅଞ୍ଚଳର ଏହି ସରକାରୀ ଉଚ୍ଚ ବିଦ୍ୟାଳୟ ହୋଇଥିବାରୁ ବିଦ୍ୟାଳୟର ଉନ୍ନତି ପାଇଁ ସମସ୍ତ ତତ୍ପରତା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯଥେଷ୍ଟ ସହଯୋଗ ପ୍ରଦାନ କରୁଥିବା ସୂଚନା ମିଳିଅଛି। ପୂର୍ବରୁ ସ୍କୁଲ୍ର ଖେଳପଡିଆ ଅବହେଳିତ ଅବସ୍ଥାରେ ପଡିରହିଥିଲା। ମୋ ସ୍କୁଲ୍ ଅଭିଯାନ ଅନ୍ତର୍ଗତ ଏବେ ଉକ୍ତ ଖେଳପଡ଼ିଆକୁ ଅତ୍ୟାଧୁନିକ ରୂପ ଦିଆଯାଉଛି। ଯୋଜନାର ପର୍ଯ୍ୟାୟ କ୍ରମେ ଶ୍ରେଣୀଗୃହଗୁଡିକର ନବୀକରଣ, ବୈଦ୍ୟୁତିକ ସରଞ୍ଜାମ, ଛାତ୍ରୀମାନଙ୍କ ପାଇଁ ଶୌଚାଳୟ, ନୂତନ ଶ୍ରେଣୀଗୃହ ନିର୍ମାଣ, କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍ ବ୍ୟବସ୍ଥା, ପାଥ୍ୱେ ନିର୍ମାଣ, ରୋଷେଇ ସରଞ୍ଜାମ କ୍ରୟ ଓ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିବାକୁ ଲକ୍ଷ୍ୟରହିଛି। ଏହାସହ ବିଦ୍ୟାଳୟ ଜଗିବା ପାଇଁ ଜଣେ ସୁରକ୍ଷାକର୍ମୀ ଓ କ୍ୟାମ୍ପସକୁ ସଫାସୁତୁରା ରଖିବା ପାଇଁ ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତ ମଧ୍ୟ କରାଯାଇଅଛି। ଏହାସହ ସ୍କୁଲ୍ର ବିଭିନ୍ନ ଅଭାବ ଅସୁବିଧାକୁ କିପରି ଦୂର କରାଯିବ ତାହା ନେଇ ମଧ୍ୟ ସେ ନେଇ ସର୍ବଦା ଆଲୋଚନା କରିଥାନ୍ତି। ବିଦ୍ୟାଳୟରେ ଏକ ଉତ୍ତମ ଶିକ୍ଷାର ବାତାବରଣ ସୃଷ୍ଟି ହୋଇପାରିଛି। ଚଳିତ ବର୍ଷ ମେଟ୍ରିକ ପାସ ହାସ ଯଦି ଦେଖିବା ଶ୍ରେଣୀର ପ୍ରଧାନ ଶିକ୍ଷକ, ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ ଭୂମିକା ସର୍ବଦା ଏହି ଶିକ୍ଷାର୍ଥୀଙ୍କ ଭବିଷ୍ୟତ ପାଇଁ ଉତ୍ସର୍ଗୀକୃତ ହୋଇପାରିଅଛି। ଶିକ୍ଷାର ମାନକୁ ଯଦି ଦେଖିବା ଚଳିତ ବର୍ଷ ମେଟ୍ରିକ ପାସ ହାର ୬୦% – ୮୦% ଉର୍ଦ୍ଧ ରଖି ୨୧ଜଣ ଶିକ୍ଷାର୍ଥୀ ଆଶାତୀତ ଫଳ ଅର୍ଜନ କରିଅଛନ୍ତି ଏବଂ ଅବଶିଷ୍ଟ ଶିକ୍ଷାର୍ଥୀ ୫୦% ରୁ ଉର୍ଦ୍ଧ ରଖି ସଫଳତାର ଚରମ ସୀମାରେ ପହଂଚିପାରିଅଛନ୍ତି। ଏହି ଦେଓଘାଟି ଉଚ୍ଚ ବିଦ୍ୟାଳୟ କେବଳ ଗ୍ରାମ, ଗ୍ରାମ ପଞ୍ଚାୟତ, ବ୍ଲକ୍ କିମ୍ବା ଜିଲ୍ଲାରେ ନୁହଁ, ସମସ୍ତ ରାଜ୍ୟରେ ଏହା ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବରେ ଯେ ଦିନେ ଗଣା ହେବ, ତାହା ଆମର ସ୍ୱପ୍ନ।” ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମାଝୀ ନିଜ ପ୍ରତିକ୍ରିୟା ରଖିଅଛନ୍ତି। ତେବେ ଶ୍ରୀଯୁକ୍ତ ମାଝିଙ୍କ ଏଭଳି ପ୍ରଚେଷ୍ଟାକୁ ସମ୍ପ୍ରତି ସହରର ବିଭିନ୍ନ ବୁଦ୍ଧିଜୀବୀ ମହଲରୁ ତଥା ଅଞ୍ଚଳର ଲୋକେ ସର୍ବୋପରି ନିଜ ପରିବାର ସଦସ୍ୟଙ୍କ ନିକଟରୁ ଅଭିନନ୍ଦନର ସୁଅ ଆସି ଛୁଟୁଅଛି।