ବାମଦଳ ପକ୍ଷରୁ ଓଡ଼ିଶା ବନ୍ଦ, ନର୍ଲାରେ ଆଂଶିକ ପ୍ରଭାବ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଡିଜେଲ, ପେଟ୍ରୋଲ, ରନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଆଜି (୧୫ ଜୁଲାଇ) ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି ବାମ ଦଳ। ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ), ଅଲ୍ ଇଣ୍ଡିଆ ଫରଓ୍ବାର୍ଡ ବ୍ଲକ୍, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ-ଲେଲିନବାଦୀ) ଲିବେରେସନ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଦିଆଯାଇଥିବା ଏହି ୬ ଘଣ୍ଟିଆ ଓଡ଼ିଶା ବନ୍ଦ ର ପ୍ରଭାବ ନର୍ଲାରେ ଆଂଶିକ ଭାବେ ପଡ଼ିଛି। ସିପିଆଇ (ଏମଏଲ) ଜିଲ୍ଲା ସମ୍ପାଦକ କମ୍ରେଡ କେଶବ ପ୍ରଧାନଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ  ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ପହଞ୍ଚି ଅଫିସ ବନ୍ଦ କରାଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଦୟା ସାଗର ନାଏକ, ଯୁଧିଷ୍ଠିର ସା, ବଲମ ଧରୁଆ, ପଦମନ ଦୋରା ପ୍ରମୁଖଙ୍କ ସହ ଅନେକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.