ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପ୍ରସିଦ୍ଧ ଜର୍ମାନୀ କବି ପ୍ରଫେସର ଇରେନେ ଦୋରା କବାଡିଆ ଡ଼. ଭବାନୀ ଶଙ୍କର ନିଆଲଙ୍କ ଓଡ଼ିଆ କବିତା ‘ଦୁଃଖ ଓ ଈଶ୍ବର’କୁ ଜର୍ମାନୀ ଭାଷାରେ ଅନୁଦିତ କରିଛନ୍ତ । ଏହି କବିତାକୁ ଇଂରାଜୀରେ ଡ଼. ତପନ କୁମାର ରଥ ଅନୁଦିତ କରିଥିଲେ । ପ୍ରଫେସର ଇରେନେ ଦୋରା କବାଡିଆ ହେଉଛନ୍ତି ରାଇଟର୍ସ କ୍ୟାପିଟାଲ ଇଣ୍ଟର ନେଶନାଲ ଫାଉଣ୍ଡେସନର ମହାସଚିବ । ସେ ଜଣେ ଶିକ୍ଷାବିତ, ଭାଷାବିତ, ଲେଖକ ଏବଂ ମାନବବାଦୀ ଭାବେ ସୁପରିଚିତ । ଗ୍ରୀସର ଏଥେନ୍ସରୁ ଆସି ସେ ଏଥେନ୍ସର ନ୍ୟାସନାଲ ଆଣ୍ଡ କାପୋଡିଷ୍ଟ୍ରିଆନ୍ ୟୁନିଭରସିଟିରେ ଜର୍ମାନ ଭାଷା ଏବଂ ସାହିତ୍ୟ ବିଭାଗରୁ ସ୍ନାତକ ହାସଲ କରିଥିଲେ । ସମଗ୍ର ବିଶ୍ୱରେ ରାଇଟର୍ସ କ୍ୟାପିଟାଲ୍ ଫାଉଣ୍ଡେସନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ପ୍ରତିଷ୍ଠା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ସେ ପ୍ରକାଶନ ସଂସ୍ଥାର ରାଇଟର୍ସ ଇଣ୍ଟରନ୍ୟାସନାଲ ଏଡିସନ ଏବଂ ରାଇଟର୍ସ ଏଡିସନ ମାଗାଜିନର ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟ କରନ୍ତି । ସେ ଭାଷାଭାଷୀ ତଥା ବିଦେଶୀ ଭାଷାର ଶିକ୍ଷକ, ଅନୁବାଦକ ତଥା ଜାତୀୟ ତଥା ଆନ୍ତର୍ଜାତୀୟ ପ୍ଲାଟଫର୍ମରେ ଜଣେ ସାହିତ୍ୟିକ ଭାବରେ ବକ୍ତୃତା ପ୍ରଦାନ କରନ୍ତି । କ୍ରମାଗତ ଭାବେ କ୍ରମାଗତ ଭାବେ ଡ଼.ନିଆଲଙ୍କ କବିତା ଇଂରାଜୀ, ଇଟାଲୀ, ରୁଷ, ଫ୍ରାନ୍ସ, ଚୀନ, ଆର୍ବିକ, ଜର୍ମାନୀ, ପାର୍ସିଆ, ପୋଲିସ, ସ୍ପେନିସ, ଆଳବାନିୟନ, ଫିଲିପିନୋ, ଭିଏତନାମା, ଜାପାନ, କିର୍ଗିଜ୍, ହିବ୍ରୁ ଭଳି ୧୬ଟି ଆନ୍ତଃରାଷ୍ଟ୍ରୀୟ ଭାଷାରେ ଅନୁଦିତ ହୋଇଛି । ବର୍ତ୍ତମାନ କବି ଡ଼. ଭବାନୀ ନିଆଲଙ୍କ କବିତା ପୁଣି ଜର୍ମାନୀ ଭାଷାରେ ଅନୁଦିତ ହେବା ଏବଂ ତାଙ୍କୁ ରାଇଟର୍ସ କ୍ୟାପିଟାଲ ଇଣ୍ଟରନେସନାଲ ଫାଉଣ୍ଡେସନ ଦ୍ୱାରା ଆୟୋଜିତ କରାଯାଇଥିବା ପନୋରମା ଇଣ୍ଟରନେସନାଲ ଲିଟରେଚର ଫେଷ୍ଟିଭାଲ ୨୦୨୩ର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବରେ ମନୋନୀତ କରାଯିବା ଆମ ରାଜ୍ୟ ପାଇଁ, ଦେଶ ପାଇଁ ଏକ ଗୌରବର ବିଷୟ ଅଟେ ।