ମୃତ ଦେବେନ୍ଦ୍ରଙ୍କ ପରିବାରକୁ ଭେଟିଲେ ବ୍ଳକ ଉପାଧ୍ୟକ୍ଷ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କିଛି ଦିନ ତଳେ ଇନ୍ଦ୍ରାବତୀ କୋନାଲକୁ ଗାଧୋଇବା ପାଇଁ ଯାଇ ମୃତ୍ୟୁବରଣ କରିଥିବା କୋକସରା ବ୍ଳକ କାଶିବାହାଲ ନୂଆପଡାର ଦେବେନ୍ଦ୍ର ବାଗ(୨୫)ଙ୍କ ପରିବାରକୁ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଭେଟିଛନ୍ତି । ଏକମାତ୍ର ପୁଅକୁ ହରାଇ ଦୁଃଖରେ ଭାଙ୍ଗିପଡିଥିବା ବାପା ମା’ ଓ ଦେବେନ୍ଦ୍ରଙ୍କ ବିଧବା ପତ୍ନୀଙ୍କୁ ସମବେଦନା ଜଣାଇଛନ୍ତି । ଏଥି ସହିତ ୨ ହଜାର ଟଙ୍କା ସହାୟତା ପ୍ରଦାନ କରିବା ସହ ତାଙ୍କ ବିଧବା ସ୍ତ୍ରୀକୁ ବିଧବା ଭତ୍ତା ଓ ଆପଦ କାଳୀନ ସହାୟତା ୪ ଲକ୍ଷ ଟଙ୍କା ଶିଘ୍ର ଯୋଗାଇ ଦେବା ନିମନ୍ତେ ପ୍ରଶାସନକୁ ଜଣାଇବା ପାଇଁ ଆଶ୍ଵାସନା ଦେଇଛନ୍ତି । ସେହିପରି ଭାବେ କାଶିବାହଲ ସରପଞ୍ଚ ପୁଷ୍ପାଞ୍ଜଳି ନାଏକ ଉପସ୍ଥିତ ରହି ଚାଉଳ ଓ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ଏହି ସମୟରେ କାଶିବାହାଲ ସମିତି ସଭ୍ୟ ଗଜାନନ ନାଏକ, ରୁଦ୍ର ନାଏକ, ସଞ୍ଜୟ ସିଙ୍ଗଲ ପ୍ରମୂଖ ଉପସ୍ଥିତ ଥିଲେ । ଏଠାରେ ପ୍ରକାଶ ଯେ, ମୃତ ଦେବେନ୍ଦ୍ର ଦୁର୍ଜନ ବାଗଙ୍କ ଏକମାତ୍ର ପୁଅ ରହିଥିଲେ ଏବଂ ଦେବେନ୍ଦ୍ରଙ୍କ ସ୍ତ୍ରୀ ବର୍ତ୍ତମାନ ଗର୍ଭବତୀ ରହିଛନ୍ତି । ତାଙ୍କ ମୃତ୍ୟୁ ପରେ ସ୍ତ୍ରୀ ସମେତ ପୁରା ପରିବାର ଦୁଃଖରେ ଭାଙ୍ଗିପଡିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.