ଜାନୁଆରୀ ୧୮ରୁ ଚଇତି ମହୋତ୍ସବ

ରାୟଗଡା ଜିଲ୍ଳାସ୍ତରୀୟ ଚଇତି ମହୋତ୍ସବ ପାଳନକୁ ନେଇ ବିଭିନ୍ନ ସବ୍ କମିଟିର ଚାଲିଛି ଆଲୋଚନା ବୈଠକ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାର ପାରମ୍ପରିକ ଲୋକକଳା ଓ ସଂସ୍କୃତିିର ସମ୍ଭାର ହେଉଛି ‘ଚଇତି ମହୋତ୍ସବ’ । ଜିଲ୍ଳାର ଗଣପର୍ବ ଭାବେ ପରିଚିତ ଏହି ଚଇତି ମହୋତ୍ସବ ପାଳନ ପାଇଁ ଚାହିଁ ବସିଥାନ୍ତି ଜିଲ୍ଳାବାସୀ । ଆସନ୍ତା ନୂଆବର୍ଷ ୨୦୨୩ ଜାନୁଆରୀ ମାସ ୧୮ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ ପାଂଚ ଦିନ ଧରି ଜିଲ୍ଳା ସଦର ମହକୁମାର ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ଚଇତି ପଡିଆରେ ଅନୁଷ୍ଠିତ ହେବ ଏହି ‘ଚଇତି ମହୋତ୍ସବ’ । ଆଉ ଏହି ମହୋତ୍ସବର ମଂଚରେ ଜିଲ୍ଳାର ଲୁକ୍କାୟିତ ପ୍ରତିଭାର ଅନ୍ୱେଷଣ ଓ ପ୍ରୋତ୍ସାହନ ପ୍ରଦାନ ତଥା ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନଙ୍କ ସହିତ ସାଂସ୍କୃତିକ ଭାବଧାରାର ମିଳନ ଓ ଭାବ ବିନିମୟ ହେଉଛି ‘ଚଇତି’ ପାଳନର ମୂଳ ଉଦ୍ଦେଶ୍ୟ । ରାୟଗଡା ଜିଲ୍ଳା ଗଠନର ୩୦ବର୍ଷ ମଧ୍ୟରେ ପ୍ରଶାସନିକ କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ଯୋଜନାରେ ଜାରି ରହିଥିବା ବିକାଶଧାରାକୁ ପ୍ରଦର୍ଶିତ କରିବାର ଏକ ପ୍ରୟାସ ତଥା ସମ୍ପ୍ରତି ଏହି ମହୋତ୍ସବ ରାଜ୍ୟ ତଥା ଜାତୀୟସ୍ତରରେ ପ୍ରସିଦ୍ଧି ଲାଭ କରି ଆଦୃତ ହୋଇପାରିଛି । ତେଣୁ ଏହି ଗଣପର୍ବର ସାଂସ୍କୃତିକ ମହୋତ୍ସବକୁ ଏକ ମିନି ଇଣ୍ଡିଆରେ ପରିଣତ କରିବା ପାଇଁ ଜିଲ୍ଳାପାଳ ତଥା ଜିଲ୍ଳା ସଂସ୍କୃତି ପରିଷଦର ଅଧ୍ୟକ୍ଷା ସ୍ୱଧାଦେବ ସିଂଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଚଳିତ ବର୍ଷ ଏହା କିପରି ଆହୁରି ମହାସମାରୋହରେ ପାଳନ ହୋଇ ପାରିବ ସେ ନେଇ ଜିଲ୍ଳାସ୍ତରୀୟ ଚଇତି ମହୋତ୍ସବକୁ ନେଇ ବିଭିନ୍ନ କମିଟିର ପ୍ରସ୍ତୁତି ବୈଠକ ଜାରି ରହିଛି । ଚଇତି ଉତ୍ସବ ପାଳନ କମିଟି ଅଧ୍ୟକ୍ଷା ସ୍ୱଧାଦେବ ସିଂଙ୍କ ନେତୃତ୍ୱରେ ୨୦ଟି ସବ୍ କମିଟି ଗଠନ ହୋଇଛି । ଏଥି ମଧ୍ୟରେ ପ୍ରଥମେ ଅର୍ଗାନାଇଜିଂ କମିଟିର ବୈଠକ ଶେଷ ହେବା ପରେ ପରବର୍ତ୍ତୀ ପର୍ଯ୍ୟାୟରେ ଗଠନ ହୋଇଥିବା ସବ୍ କମିଟିଗୁଡିକର ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଫୁଡ୍ କମିଟି, ସୋଭିନିୟର କମିଟି, ସ୍ପୋଟର୍ସ କମିଟି, ଆଇନ ଶୃଙ୍ଖଳା କମିଟି, ଫାଇନାନ୍ସ କମିଟି, ପବ୍ଳିସିଟି କମିଟି, ଗ୍ରାଉଣ୍ଡ କମିଟିଗୁଡିକର ପ୍ରସ୍ତୁତି ତଥା ଆଲୋଚନା ବୈଠକ ଶେଷ ହୋଇଯାଇଛି । ସେହିପରି କଲଚୁରାଲ କମିଟି, ଷ୍ଟେଜ୍ କମିଟି, ଏକୋମୋଡେସନ୍ କମିଟି, ଟ୍ରାନ୍ସପୋର୍ଟ କମିଟି, ଇନଭାଇଟେସନ୍ କମିଟି, ପ୍ରୋସେସନ୍ କମିଟି, ଜିଲ୍ଳାସ୍ତରୀୟ ବିଜ୍ଞାନ ଓ ପୁସ୍ତକ ମେଳା କମିଟି, କଲେଜ ଚଇତି, ସ୍କୃଟିନି କମିଟି, ପୋଲିସ କଂଟ୍ର୍ରୋଲ ରୁମ, ପଲ୍ଳିଶ୍ରୀ ମେଳା କମିଟି ଭଳି ବଳକା କମିଟିଗୁଡିକର ପ୍ରସ୍ତୁତି ବୈଠକ ଯଥାଶୀଘ୍ର ଶେଷ ହେବ ବୋଲି ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାୟଗଡା ଜିଲ୍ଳାସ୍ତରୀୟ ଚଇତି ମହୋତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଜିଲ୍ଳାର ତଥା ରାଜ୍ୟର ବିଭିନ୍ନ ସ୍ୱଂୟ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ କୃଷିଭିତିକ, ହସ୍ତଶିଳ୍ପ, ଟେରାକୋଟା, ଲାଖଶିଳ୍ପ, କାଷ୍ଠଶିଳ୍ପ ଆଦି ଉତ୍ପାଦନର ଉପଯୁକ୍ତ ବଜାର ତିଆରି ପାଇଁ ପଲ୍ଳିଶ୍ରୀ ମେଳା ମଧ୍ୟ ଅନୁଷ୍ଠିତ ହେବ । ଗତ ୨୦୧୯ବର୍ଷରେ ପଲ୍ଳିଶ୍ରୀ ମେଳାରେ ପାଖାପାଖି ୪କୋଟି ୫୦ଲକ୍ଷ ଟଙ୍କାରୁ ଉର୍ଦ୍ଧ ବ୍ୟବସାୟ ହୋଇଥିବା ବେଳେ ଜାନୁଆରୀରେ ହେବାକୁ ଥିବା ଚଇତି ମହୋତ୍ସବର ପଲ୍ଳିଶ୍ରୀ ମେଳାରେ ଏହା ୫କୋଟିରୁ ଉର୍ଦ୍ଧ ବ୍ୟବସାୟ ହେବ ବୋଲି ଆକଳନ କରାଯାଇଛି । ରାୟଗଡା ଜିଲ୍ଳା ଗଠନର ଦଶନ୍ଧି ପାଳନକୁ ନେଇ ପ୍ରଥମେ ୨୦୦୨ ମସିହା ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତିରେ ‘ଦଶନ୍ଧିର ରାୟଗଡା’ ନାମରେ ଜିଲ୍ଲାସ୍ତରୀୟ ଉତ୍ସବ ପାଳନ କରାଯିବା ପରେ ‘ରାୟଗଡା ମହୋତ୍ସବ’ ଏବଂ ୨୦୦୫ ମସିହାରୁ ଏହା ଆଜି ପର୍ଯ୍ୟନ୍ତ ଦୀର୍ଘ ୧୮ବର୍ଷ ଧରି ‘ଚଇତି ମହୋତ୍ସବ’ ନାମରେ ଖୁବ୍ ଧୁମଧାମରେ ପାଳନ ହୋଇ ଆସୁଛି । କିନ୍ତୁ ମହାମାରୀ କରୋନା ପ୍ରଭାବରେ ଗତ ୨ବର୍ଷ ହେଲା ସରକାରଙ୍କ ନିଷ୍ପତି ପ୍ରକାରେ ବନ୍ଦ ରହିଥିବା ଚଇତି ବର୍ତମାନ କୋଭିଡ୍ କଟକଣା ହଟିବା ପରେ କଳା ଓ ସଂସ୍କୃତିର ମହାକୁମ୍ଭ ‘ଚଇତି-୨୦୨୩’ ମହାସମାରୋହରେ ପାଳନ କରାଯିବ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.