ଜୁନାଗଡ ଠାରେ ସିପିଆଇ ର ଜନସଭା

ଜୁନାଗଡ,୭/୧୨:

ଜମି, ଜଳ, ଜଙ୍ଗଲ ଉପରେ ଆଦିବାସୀଙ୍କ ଅଧୀକାର ଦାବୀରେ ଆଜି ଜୁନାଗଡ ଡାକ ବଙ୍ଗଳା ଛକ ଠାରେ ସି ପି ଆଇ ର ଏକ ଜନସଭା ଅନୁଷ୍ଠିତ ହୋଇଯାଇଛି ।

ସିପିଆଇ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦାମୋଦର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନସଭାରେ ପୂର୍ବତନ ବିଧାୟକ ନାରାୟଣ ରେଡି , ଜିଲ୍ଲା ସଂପାଦକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ , ପୂର୍ବତନ ଜିଲ୍ଲା ସଂପାଦକ ସୁଶାନ୍ତ ଜାଲ , ଶ୍ରମିକ ନେତା ଅକ୍ଷ ମେହେର , ଆଦିବାସୀ ନେତା ସୁରେନ୍ଦ୍ର ମାଝୀ ପ୍ରମୂଖ ଯୋଗଦେଇ ମୋଦୀ ସରକାର ଉପରେ ବର୍ଷିଥିଲେ ।

ମୋଦୀ ହଟାଅ ସମ୍ବିଧାନ ବଞ୍ଚାଅ ନାରାସହ ଆଦିବାସୀ ମାନଙ୍କ ଅଧୀକାର, କୃଷିଋଣ ଛାଡ , କର୍ମ ନିଯୁକ୍ତି , ଡାହାଣ କେନାଳରେ ରବି ଚାଷ ପାଇଁ ପାଣି ଛାଡିବା , ଭୂମୀହିନ , ଜମିହୀନ ମାନଙ୍କୁ ତୁରନ୍ତ ଜମି ପ୍ରଦାନ ଆଦି ଦାବି କରାଯାଇଥିଲା ।

ଏହି ଜନସଭାରେ ବହୁସଂଖ୍ୟାରେ ମହିଳା ଓ ପୁରୁଷ ମାନେ ଯୋଗ ଦେଇଥିଲେ ।

ଜୁନାଗଡରୁ ରାକେଶ କୁମାର ବେମାଲଙ୍କ ରିପୋର୍ଟ ଓଡିଆ ବାର୍ତ୍ତା 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.