ଉତ୍କଳ ପ୍ରାଦେଶିକ ମାରଓ୍ବାଡି ସମ୍ମେଳନ ରୁପ୍ରାରୋଡ ଶାଖାର କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ

କଳାହାଣ୍ଡି,୭/୧୨:

ହାଡଭଙ୍ଗା ଶୀତରେ କଳାହାଣ୍ଡି ବିଶେଷକରି ପାହାଡି ଜଙ୍ଗଲ ଅଞ୍ଚଳ ଥରୁଥିବା ବେଳେ ସେହି ସ୍ଥାନରେ ପହଞ୍ଚି ଆବଷ୍ୟକ ଅନୁଭବ କରୁଥିବା ବ୍ୟକ୍ତି ମାନଙ୍କୁ କମ୍ବଳ ବଣ୍ଟନ କରି ମହନିୟତାର ନିଦର୍ଶନ ଶୃଷ୍ଟି କରିଛି ମାରଓ୍ବାଡି ସମ୍ମେଳନ । ପ୍ରାପ୍ତ ସୂଚନାରୁ ପ୍ରକାଶଯେ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନ ରୁପ୍ରାରୋଡ ଶାଖା ଦ୍ବାରା ଆଜି ବାରବନ୍ଧା ଗ୍ରାମରେ କମ୍ବଳ ବଣ୍ଟନ କରାଯାଇଛି ।

ରୁପ୍ରାରୋଡ ବସ୍ତି ଠାରୁ ୪୦ କି.ମି. ଦୂରରେ ଅବସ୍ଥିତ ବାରବନ୍ଧା ଗ୍ରାମ କଳାହାଣ୍ଡି – କନ୍ଧମାଳ ଜିଲ୍ଲାର ସୀମାପବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ । ବଣ ପାହାଡ ଘେରା ଅଞ୍ଚଳ ହୋଇଥିବା ଯୋଗୁଁ ଏଠାରେ ପ୍ରବଳ ଶୀତ ଅନୁଭୂତ ହୁଏ । ଏଠାକାର ଜନଜୀବନର ପରିସ୍ଥିତିକୁ ହୃଦୟଙ୍ଗମ କରି ମାରୱାଡି ସମ୍ମେଳନ ଏଠାରେ କମ୍ବଳ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଥିଲା ।ସେହି କ୍ରମରେ ବାରବନ୍ଧାରେ ୬୫ ଗୋଟି କମ୍ବଳ ବଣ୍ଟନ କରାଯାଇଛି । ଏଥି ପାଇଁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ସ୍ଥାନୀୟ ଚିକିତ୍ସାଧୀକାରୀ ଡା. ହର ପ୍ରସାଦ ମିଶ୍ର , ସମ୍ମାନୀତ ଅତିଥି ଭାବେ ସରପଞ୍ଚ ଶ୍ରୀମତୀ ରମଣୀ ଛତ୍ରୀଆ , ଫାର୍ମାସିଷ୍ଟ ପ୍ରଦୀପ କୁମାର ବାରିକ ପ୍ରମୂଖ ଯୋଗଦେଇଥିବା ବେଳେ ରୁପ୍ରାରୋଡ ଶାଖାର ସଭାପତି ବିଶିଷ୍ଟ ଆଇନଜୀବି ସୁବାଶ ଚନ୍ଦ୍ର ଅଗ୍ରୱାଲ , ସମ୍ପାଦକ ପ୍ରଦୀପ କୁମାର ଅଗ୍ରୱାଲ , ରାଧେଶ୍ୟାମ ଖେତାନ , ବିଶିଷ୍ଟ ସଭ୍ୟ ଶ୍ୟାମ ସୁନ୍ଦର ଶର୍ମା , ଗୋବିନ୍ଦ ରାମ ଅଗ୍ରଓ୍ବାଲ , ବିଜୟ କୁମାର ଅଗ୍ରୱାଲ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

ଅଞ୍ଚଳର ଜଣେ ଜଣାସୁଣା ସମାଜସେବୀ ରାଧେଶ୍ୟାମ ପାଠକଙ୍କ ସହଯୋଗରେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ତାଙ୍କୁ ବିଶେଷ ଧନ୍ୟବାଦ ପ୍ରଦାନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟଯେ  ଅଶୋକ ଚଲାନ ଫାଉଣ୍ଡେସନ ଟ୍ରଷ୍ଟ ଦ୍ବାରା ମାରୱାଡି ସମ୍ମେଳନ ମାଧ୍ୟମରେ ଓଡିଶାରେ ଦଶ ହଜାର କମ୍ବଳ ବଣ୍ଟନ କରାଯିବାର ଯୋଜନା ରହିଛି । ଇତି ମଧ୍ୟରେ ରାଜ୍ୟର ବିଭିନ୍ନ ଶାଖା ମାଧ୍ୟମରେ ଏହି ମହତ କାର୍ଯ୍ୟ ଜାରିରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.