ଅଷ୍ଟ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା

କର୍ଲାମୁଣ୍ଡା,୨୦/୧୨:

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଗେଡା ପଞ୍ଚାୟତ ଭୋଇପଡା ମହାଲକ୍ଷ୍ମୀ ପୂଜାକମିଟି ଆନୁକୂଲ୍ୟରେ ଆସନ୍ତା କାଲି ଠାରୁ ଅଷ୍ଟ ପ୍ରହରୀ ନାମଯଜ୍ଞ ହେବା ପାଇଁ‌ ଆଜି ମହିଳା ଓ ପୁରୁଷ ମାନେ ଉତେଇ ନଦୀ କୂଳକୁ ଯାଇ ୧୦୮ କଳସ ଧରି ନିଜ ନିଜର ମନସ୍କାମନା ରଖି ପାଣି ଆଣିଥିଲେ।

ପ୍ରହର କର୍ତା ସୁନ୍ଦର ପୋଢ ସପତ୍ନୀ ନାଜୋଂ ପୋଢ , ପୁରୋହିତ ଚିତ୍ରସେନ ଦାଶ, ମହାଲକ୍ଷ୍ମୀ ପୂଜା କମିଟି ସଂପାଦକ ନିଲାମ୍ବର ପୋଢ, ସଭାପତି ମୁରଲୀ ପୋଢ ଆଦି କଳସ ଯାତ୍ଆରାରେ ସାମିଲ ହୋଇଥିଲେ । ଶୁକ୍ରବାର ସକାଳ ୭ଘ ୩୦ମି ରୁ ନାମଯଜ୍ଞ ଆରମ୍ଭ ହେବ ବୋଲି ଆୟୋଜକ କମିଟିର କର୍ମକର୍ତା ମାନେ ସୂଚନା ଦେଇଛନ୍ତି ।

Report by Nabin Kishor Sahu, Correspondent Karlamunda odiabarta.in

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.