ରେଗେଡା ଗ୍ରାମ ପଞ୍ଚାୟତ ଠାରେ ପିଠା କାର୍ଯ୍ୟକ୍ରମ

କର୍ଲାମୁଣ୍ଡା, ୨୧/୧୨:

Omkar Vasthu
Omkar Vasthu

ରାଜ୍ୟ ସରକାର ଙ୍କ ନିର୍ଦେଶ କ୍ରମେ ରାଜ୍ୟର ବିଭିନ୍ନ ସ୍ଥାନ ରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲାର ରେଗେଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଓଡ଼ିଶାର ନୂତନ କିରଣ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବିଡିଓ କିଶୋର କୁମାର ପଣ୍ଡା , ସରପଞ୍ଚ ଶୁଶାନ୍ତ ପରିଡା, ସମିତି ସଭ୍ୟା ଅରବିନ୍ଦ ଚୌଧୁରୀ, ଅଙ୍ଗନବାଡି ସୁପରଭାଇଜର କୁସୁମ ପଣ୍ଡା, ମ-ରାମପୁରଜିଲ୍ଲ ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର ସିଂଦେଓ, ଡବ୍ଲୁଇଓ ସୁନୀଲ କୁମାର କର, ମନିଟରିଂ ଅଫିସର ଋଷି କେଶବ ଦଣ୍ଡସେନା ପ୍ରମୁଖ ମଞ୍ଚାସିନ ଥିବା ବେଳେ ପ୍ରଶାନ୍ତ ଦାଶ ମଞ୍ଚ ପରିଚାଳନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ବିଜୁଯୁବବାହିନୀ ର କର୍ମକର୍ତ୍ତା, ଅଙ୍ଗନବାଡ଼ି କର୍ମୀ ଓ ସ୍ୱାସ୍ଥ ବିଭାଗକର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।ମଧୁବାବୁ ପେନସନ ଯୋଜନା ରେ ନୂତନ ତିନି ଜଣ ହିତାଧିକାରୀ ଙ୍କୁ ସାମିଲ କରି ଭତ୍ତା ବଣ୍ଟନ କରିବା ସହିତ ବିଜୁ ପକ୍କା ଘର ଯୋଜନା ରେ ଏକ ଜଣ ଙ୍କୁ ସାମିଲ କରିବାସହ ପିଠା ବଣ୍ଟନ କରା ଯାଇଥିଲା ।ପରେ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Udyog Nursery
Udyogi Nursery

Report by Nabin Kishor Sahu, Correspondent Karlamunda odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.