ବିଜେପୁରରେ ଛେଳି ମଡକ!

ମୃତ୍ୟୁର କାରଣ ଅସ୍ପଷ୍ଟ, ସପ୍ତାହରେ ୬ ମୃତ, ୪୦ ଅସୁସ୍ଥ

ଲାଞ୍ଜିଗଡ଼: ଲାଞ୍ଜିଗଡ ପ୍ରାଣୀ ଚିକିତ୍ସାଳୟ ଅଧୀନରେ ଥିବା ବିଜେପୁରଠାରେ ପ୍ରାୟ ଏକ ସପ୍ତାହ ହେଲା ପ୍ରତିଦିନ ଛେଳିଙ୍କ ମୃତ୍ୟୁ ଘଟୁଛି। ସପ୍ତାହରେ ମଧ୍ୟରେ ବିଜେପୁର ଗ୍ରାମର ରାମଦାସ ନାଏକଙ୍କ ୪୬ ଗୋଟି ଛେଳିରୁ ବର୍ତ୍ତମାନ ୬ ଗୋଟି ଛେଳିର ମୃତ୍ୟୁ ଘଟିଥିବା ବେଳେ ୪୦ ଛେଳି ଅସୁସ୍ଥ ଅଛନ୍ତି। ରାମଦାସ କହିବା ଅନୁଯାୟୀ ଛେଳିର ନାକରୁ ପାଣି ବାହାରିବା ପରେ ଛେଳି ଧୀରେ ଧୀରେ ଖାଦ୍ୟ ଖାଇ ପାରୁନାହିଁ। ଫଳରେ ଛେଳିର ମୃତ୍ୟୁ ଘଟୁଛି। ଅଜଣା ରୋଗରେ ଛେଳିଙ୍କ ମୃତ୍ୟୁ ଯୋଗୁଁ ରାମଦାସ ଚିନ୍ତାରେ ରହିଛନ୍ତି। ଏପଟେ କେଉଁ ଭିଏସ ନିଜ ପଞ୍ଚାୟତ ଦାଇତ୍ୱରେ ଅଛନ୍ତି ଆମେ ଆଜି ପର୍ଯ୍ୟନ୍ତ ଦେଖିନୁ ବୋଲି ପ୍ରକାଶ କରିଛନ୍ତି।

ଲାଞ୍ଜିଗଡ ପ୍ରାଣୀ ଚିକିତ୍ସାଳୟ ଅଧୀନରେ ୭ ଗୋଟି ଏଲଆଇ ସେଣ୍ଟର ରହିଛି।କିନ୍ତୁ ବହୁ ଦିନ ହେଲା ବିଜେପୁର ସେଣ୍ଟରରେ ଏଲଆଇ ପଦବୀ ଖାଲି ରହୁଥିବା ଯୋଗୁଁ ଲୋକେ ପ୍ରାଣୀ ଚିକିତ୍ସା ପାଇଁ ବହୁ ଅସୁବିଧାର ସଂମ୍ବୁଖିନ ହେଉଛନ୍ତି। ଏନେଇ ଲାଞ୍ଜିଗଡ ଭିଏସ ଜ୍ୟୈତ୍ସାରାଣୀ ସିଂଙ୍କୁ ପଚାରିବାରୁ ବର୍ତ୍ତମାନ ବିଜେପୁର ଦାୟିତ୍ୱରେ ମାଳିଯୁବାଙ୍ଗ ଏଲଆଇ ମହେନ୍ଦ୍ର ସାହୁ ଅଛନ୍ତି, ସେ କର୍ଲ୍ଲାପାଟ ହାତୀ ମଡ଼କ ଘଟଣାରେ ଯାଇଥିଲେ ବର୍ତ୍ତମାନ ଆସନ୍ତା କାଲି ବିଜେପୁର ଯିବେ ବୋଲି କହିଛନ୍ତି।ଏନେଇ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଶ୍ରୀ ପଣ୍ଡାଙ୍କୁ ପଚାରିବାରୁ ଆସନ୍ତା କାଲି ଆମ ଭେଟନେରି ଟିମ୍ ବିଜେପୁର ଯିବେ ବୋଲି ପ୍ରକାଶ କରିଛନ୍ତି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.