ଛାତ୍ରୀଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କର୍ଲାମୁଣ୍ଡା (ନରୋତ୍ତମ ସେଲମା): ରିଷିଡା ସ୍ଥିତ ଜେ.କେ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଉଚ୍ଚ ମାଧ୍ୟ୍ୟମିକ ନିର୍ଦେଶାଳୟ ଆନୁକୂଲ୍ୟରେ ଅଷ୍ଟଦିବସିୟ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଆଜି (ମାର୍ଚ୍ଚ ୨୫) ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି । ଜୁନିଅର କଲେଜ ଅଧ୍ୟକ୍ଷ ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ରିଷିଡା ସରପଞ୍ଚ ସେବତୀ ରଣା ମୁଖ୍ୟ ଅତିଥି ରୂପେ ଯୋଗଦେଇ ନିଷ୍ଠାର ସହିତ ପ୍ରଶିକ୍ଷଣ ନେବା ତଥା ସମାଜର ସର୍ବାଙ୍ଗୀନ ବିକାଶ ଦିଗରେ କାମ କରିବା ପାଇଁ ଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ । ତାଲିମ ଶିବିର ସଂଯୋଜକ ଅଧ୍ୟାପକ ହେମନ୍ତ ଚୌଧୁରୀ ସ୍ୱାଗତ ଭାଷଣ ଦେବା ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ଅଧ୍ୟାପକ ନିଳାମ୍ବର ପାତ୍ର ଧନ୍ୟବାଦ ଦେଇଥିଲେ । ଅଧ୍ୟାପକ ଗିରିରାଜ ଗହିର, ପି.ଇ.ଟି. ଲଳିତ ଗୌଡ଼, ଲାଇବ୍ରେରୀଏନ ଚିନ୍ମୟ ରଣା, ମୁଖ୍ୟ ପ୍ରଶିକ୍ଷିକା ଜୟନ୍ତୀ ଭୋଇ ଓ ସମାଜସେବୀ ମନୋଜ ରଣା ପ୍ରମୁଖ ମଂଚାସୀନ ଥିଲେ । ୭୦ ଜଣ ଛାତ୍ରୀଙ୍କୁ ଦୁଇଟି ଦଳ କରି ଆସନ୍ତା ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତୁ ଏହିଶିବିରରେ ତାଲିମ ଦିଆଯିବ ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ଡି.ଇ.ଓ ସୌମ୍ୟ ତ୍ରିପାଠୀ, କିରାଣୀ ଚନ୍ଦନ ରଣା, କର୍ମଚାରୀ ବୃନ୍ଦ ଜଗଦୀଶ ଭୋଇ, ନାରାୟଣ ଗହିର, ଯୋଗେନ୍ଦ୍ର ବେହେରା, ପାଣ୍ଡବ ହରିଜନ ଓ କଳ୍ପନା ରଣା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରୁଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.