ଦୁର୍ଗମ ତୁର୍କା ଗାଁକୁ ଫିଟିଲା ବିକାଶର ପଥ

ରାସ୍ତା ପାଇଁ ଶୁଭ ଦେଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ ଲାଞ୍ଜି ଗ୍ରାମପଞ୍ଚାୟତର ତୁର୍କା ଗାଁକୁ ଆଜି ଫିଟିଛି ବିକାଶର ପଥ । ଲାଞ୍ଜିଗଡ ବ୍ଲକ ପ୍ରଶାସନର ଅକ୍ଲାନ୍ତ ଉଦ୍ୟମ ପରେ ଦୁର୍ଗମ ତୁର୍କା ଗାଁକୁ ରାସ୍ତା ନିର୍ମାଣ ପାଇଁ ଶୁଭ ଦିଆଯାଇଛି । ରାସ୍ତା ଖଣ୍ଡିଏ ନଥିବା ତଥା ଶିକ୍ଷା, ସ୍ୱାସ୍ଥ୍ୟ ଆଦି ବିଭିନ୍ନ ମୌଳିକ ସମସ୍ୟାରୁ ବଞ୍ଚିତ ତୁର୍କା ଗାଁ ସଂପର୍କରେ ଚର୍ଚ୍ଚା ହେବା ପରେ ଲାଞ୍ଜିଗଡ ବ୍ଲକ ପ୍ରଶାସନ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିବା ସହିତ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ୱରେ ଏଥିପାଇଁ ମିଶନ ତୁର୍କା ରୂପରେଖ ପ୍ରସ୍ତୁତ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିପାଇଁ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା, ଜିଲ୍ଲା ମଙ୍ଗଳ ବିଭାଗ, ଲାଞ୍ଜି ପଞ୍ଚାୟତ କର୍ତ୍ତୃପକ୍ଷ ସମେତ ବ୍ଲକ ପ୍ରଶାସନର ନେତୃତ୍ୱରେ ଆଜି ତୁର୍କା ଗାଁକୁ ରାସ୍ତା ନିର୍ମାଣ ପାଇଁ ଶୁଭ ଦିଆଯାଇଛି ।  ଲାଞ୍ଜିଗଡ ବ୍ଲକର ନୂତନ ଅଧ୍ୟକ୍ଷା କମଳା ପାତ୍ର ଗତ କାଲି (ଗୁରୁବାର) କାର୍ଯ୍ୟଭାର ଗ୍ରହଣ କଲାପରେ ଆଜି (ମାର୍ଚ୍ଚ ୨୫)  ନିଜର ପ୍ରଥମ ଅଭିଯାନ ଭାବେ ଏହି ରାସ୍ତାର ଶୁଭ ଦେଇଛନ୍ତି ।

Udyog Nursery
Udyogi Nursery

ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ଲାଞ୍ଜି ସରପଞ୍ଚ ଯମୁନା ମାଝୀ, ସହକାରୀ ଯନ୍ତ୍ରୀ ରେଣୁକା ଠାକୁର, କେକେଡିଏର କାର୍ଯ୍ୟକ୍ରମ ପରିଚାଳକ ଲମ୍ବୋଦର ପ୍ରଧାନ, କନିଷ୍ଠ ଯନ୍ତ୍ରୀ ଗରୁଡ, ଗୋଲକ ଭୋଇ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଲେଖ ସା, କାନକୁଟ୍ରୁ ସମିତି ସଭ୍ୟ ମନୋହର ହରପାଲ, ଯୁବ ସମାଜସେବୀ ଧର୍ମେନ୍ଦ୍ର ପଣ୍ଡା, ନବୀନ ମାଝୀ, ଧନେଶ୍ୱର ପାତ୍ର, ହରିଶଙ୍କର ପାତ୍ର, କଂଗ୍ରେସ ନେତା ହରିହର କୁମାର ପ୍ରମୁଖ ଯୋଗ ଦେଇଥିଲେ । ତୁର୍କା ଗାଁକୁ ବିକାଶର ରାସ୍ତା ଫିଟିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.