ପଢ଼ନା ଲିଖନା କାର୍ଯ୍ୟକ୍ରମର ଜନସଚେତନତା ପାଇଁ ପଥପ୍ରାନ୍ତ ନାଟକ ଉକିଆ ପ୍ରଦର୍ଶିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତୋଫାନ ମାଝୀଙ୍କ ତତ୍ୱାବଧାନରେ ଆଜି ପଢ଼ନା ଲିଖନା ଅଭିଯାନ ତରଫରୁ ପଥପ୍ରାନ୍ତ ନାଟକ ଉକିଆ ମଞ୍ଚସ୍ଥ ହୋଇଯାଇଛି । ଉକିଆ ନାଟକ ମାଧ୍ୟମରେ ଶିକ୍ଷାର ମହତ୍ୱ ସହିତ ବ୍ୟବହାରିକ ଶିକ୍ଷା ଓ ସମ୍ପୂର୍ଣ ସାକ୍ଷର କରିବା ଉଦେଶ୍ୟରେ ଏହି ନାଟକ ଆଜି କୋକସରା ବ୍ଲକର ଫୁପ ଗାଁ ଓ ପୋଡାଗୁଡା ଠାରେ ଅନୁଷ୍ଠିତ ହୋଇଥିଲା । ବିରଞ୍ଚି ନାରାୟଣ ମୁଣ୍ଡ ଓ ଯୁବ ଲେଖକ ଡିଲେଶ୍ଵର ରଣାଙ୍କ ଦ୍ୱାରା ଲିଖିତ ଉକିଆ ନାଟକରେ ସୁଧୀର ଧଙ୍ଗଡ଼ାମାଝୀ, ଡିଲେଶ୍ଵର ରଣା, ତ୍ରିନାଥ ଶ୍ୟାମକୁମାର, ଧନଞ୍ଜୟ ସାହୁ ପ୍ରମୁଖ ନିଖୁଣ ଅଭିନୟ କରି ଲୋକଙ୍କୁ ବେଶ ମନମୁଗ୍ଧ କରିଥିଲେ । ଫୁପ ଗାଁ ଠାରେ ପରିବେଷଣ ପରେ ପରବର୍ତ୍ତୀ ସମୟରେ ପୋଡାଗୁଡା ଠାରେ ପାରିବେଷିତ ହୋଇଥିଲା । ପୌଢ ଦର୍ଶକ ମାନେ ନାଟକର ସାରାଂଶ ବୁଝି ନିଜକୁ ସମଗ୍ର ଶିକ୍ଷାରେ ସାମିଲ କରିବା ପାଇଁ କୁହା କୁହି ହେଉଥିବା ଶୁଣିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ଫୁପ ଗାଁ ଠାରେ ମୁଖ୍ୟ ବକ୍ତା ଭାବେ ଫୁପ ଗାଁ ସରପଞ୍ଚ ଗଜାନନ ପୂଝାରୀ ଯୋଗ ଦେଇ ଶିକ୍ଷାର ମହତ୍ୱ ଉପରେ ବକ୍ତବ୍ୟ ରଖିଥିଲେ । ନୋଡାଲ ସିଆରସିସି ବୈକୁଣ୍ଠ ଜାଲ, ମୋଟେର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଭୁବନେଶ୍ୱର ଛତ୍ରିଆ, କାସିବାହାଲ ସଂଯୋଜକ ପ୍ରଶାନ୍ତ ଶବର, ଗୋତୋମୁଣ୍ଡା ସଂଯୋଜକ ଅଜୟ ମାଝୀ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.